ନବନୀତା ବ୍ୟୁରୋ। ମହାମାରୀ କରୋନା ଭୂତାଣୁ ସଂକ୍ରମଣ ନେଇ ସାରା ବିଶ୍ବରେ ଆଶଙ୍କା କରାଯାଉଥିଲା କି ଏହା ବାଦୁଡ଼ିରୁ ମିଳିଛି। କିନ୍ତୁ ଏନେଇ ବଡ଼ ଖୁଲାସା କରିଛନ୍ତି ଭାରତୀୟ ବୈଜ୍ଞାନିକ। ଦେଶର ୧୦ ରାଜ୍ୟରୁ ୫ ରାଜ୍ୟରେ ବାଦୁଡ଼ିରୁ ଭାଇରସ୍ ମିଳିଥିବା ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି। ଦୁଇ ପ୍ରଜାତିୟ ବାଦୁଡ଼ି ଉପରେ ଅଧ୍ୟୟନ ପରେ ଏହି ଖୁଲାସା ହୋଇଛି। ଦୁଇ ପ୍ରଜାତିର ୫୮୬ ମଧ୍ୟରୁ ୨୫ ବାଦୁଡି ସଂକ୍ରମିତ ହୋଇଥିବା ଜଣାଯାଏ। ତେବେ ଏବେ ସାରା ବିଶ୍ବରେ ବ୍ୟାପୀ ଥିବା କରୋନା ଭୂତାଣୁ ଏହା ଦ୍ବାରା ହୋଇନଥିବା ଜଣାପଡିଛି।
ଆଇସିଏମ୍ଆର ପକ୍ଷରୁ କୁହାଯାଇଛି ଯେ, ଦୀର୍ଘ ତିନି ବର୍ଷରୁ ପୁନେ ଏନଆଇବି ଲ୍ୟାବରେ ବାଦୁଡି ଅଧ୍ୟୟନ ଚାଲିଥିଲା। ଏହାରି ମଧ୍ୟରେ ବୈଜ୍ଞାନିକ ମାନେ କରୋନା ଭୂତାଣୁ ନେଇ ବାଦୁଡ଼ିର ନମୂନାର ଯାଞ୍ଚ୍ ଆରମ୍ଭ କରାଯାଇଥିଲା। ଗଳା ଓ ମଳନଳି ନମୁନା ଯାଞ୍ଚ କରିବା ପରେ ଅନେକ ବାଦୁଡ଼ି ସଂକ୍ରମିତ ହୋଇଥିବା ଜଣା ପଡିଛି।
ଭାରତୀୟ ବୈଜ୍ଞାନିକଙ୍କ ବଡ଼ ଖୁଲାସା:୫ ରାଜ୍ୟରେ ବାଦୁଡିରୁ ମିଳିଛି କରୋନା ଭାଇରସ୍
