କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ କରୋନା ସଚେତନତା

ଓଡ଼ିଶାମନୋରଞ୍ଜନସୋସିଆଲ ମେଡିଆ

ନବନୀତା ବ୍ୟୁରୋ। ବର୍ତ୍ତମାନ ସମୟରେ ମହାମାରୀ କରୋନା ସାରା ବିଶ୍ୱରେ ନିଜର କାୟା ବିସ୍ତାର କରି ଚାଲିଥିବା ବେଳେ, ସେଇ ମହାମାରୀ କରୋନାକୁ ନେଇ ସରକାରୀ ଏବଂ ବେସରକାରୀସ୍ତରରେ ଅନେକ ସଚେତନମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। କେନ୍ଦ୍ର ଏବଂ ରାଜ୍ଯ ସରକାର ଉଭୟେ କରୋନାର ମୁକାବିଲା ପାଇଁ ସ୍ୱତନ୍ତ୍ର ମେଡିକାଲ ସ୍ଥାପନା କରିବା ସହ, ଜନସାଧାରଣଙ୍କ ସଚେତନତା ପାଇଁ ଗଣମାଧ୍ୟମ ଦ୍ବାରା ବିଭିନ୍ନ ସଚେତନମୂଳକ ବାର୍ତ୍ତା ପ୍ରଦାନ କରୁଛନ୍ତି। ସରକାର ଲକଡାଉନ ଘୋଷଣା କରି ଜନସାଧାରଣଙ୍କୁ ଘରେ ରହିବାକୁ ନିବେଦନ କରିଛନ୍ତି।

ଏହିପରି ଘଡି ସନ୍ଧି ମୁହୂର୍ତ୍ତରେ କିଛି ବନ୍ଧୁମାନେ ନିଜ ନିଜ ଘରେ ଥାଇ, ମହାମାରୀ କରୋନାକୁ ନେଇ ଏକ ସଚେତନମୂଳକ କ୍ଷୁଦ୍ର ଚଳଚ୍ଚିତ୍ରଟିଏ ନିର୍ମାଣ କରିଛନ୍ତି। ଏହି କ୍ଷୁଦ୍ର ଚଳଚ୍ଚିତ୍ରଟି ମୋବାଇଲ୍ ମାଧ୍ଯମରେ ନିର୍ମାଣ ହୋଇଥିବା ବେଳେ, ଏହାର କାହାଣୀ ଏବଂ ଚିତ୍ରନାଟ୍ୟରେ ଲୋପାମୁଦ୍ରା ବାରିକ୍ ଥିବା ବେଳେ… ଅଭିନୟରେ ଅଛନ୍ତି ଭାସ୍ୱତୀ ବଶୁ, ଦେବଦତ୍ତ ପତି, ସୌମ୍ୟରଂଜନ ବେହେରା, ଲୋପାମୁଦ୍ରା ବାରିକ୍, ସୂର୍ୟ୍ଯକାନ୍ତ ଛୋଟରାୟ, କ୍ରୀଷ୍ଣା ସିଂ, ଅନ୍ତର୍ଯ୍ୟାମୀ ମିଶ୍ର, ଶିବାନୀ ପଣ୍ଡା।
ସରକାରଙ୍କ ନିୟମ ମାନି ଘରେ ରହିବା ଲକଡାଉନକୁ ସଠିକ୍ ଭାବେ ପାଳନ କରି, କରୋନାକୁ ପ୍ରତିହତ କରିବା ସହ ପରିବାର ପାଇଁ, ଏ ରାଜ୍ଯ , ଏ ଜାତି, ଏ ଦେଶ ପାଇଁ ହିରୋ ବନିବା କ୍ଷୁଦ୍ର ଚଳଚ୍ଚିତ୍ରଟି ଏହି ବାର୍ତ୍ତା ପ୍ରଦାନ କରୁଛି।

Leave a Reply