ନବନୀତା ବ୍ୟୁରୋ। ମୁମ୍ବାଇରେ ଲକ୍ ଡାଉନ୍ ଫେଲ। ଘର ବାହୁଡ଼ା ପାଇଁ ବାନ୍ଦ୍ରା ଷ୍ଟେସନରେ ଏକଜୁଟ ହେଲେ ହଜାର ହଜାର ପ୍ରବାସୀ ଶ୍ରମିକ। ଆଜି ୨.୦ ଲକ୍ ଡାଉନ୍ ସମୟ ସୀମା ମଇ ୩ ତାରିଖ ଯାଏ ବୃଦ୍ଧି କରିବା ପରେ ଶ୍ରମିକଙ୍କ ମନରେ ଛନକା ପଶିଯାଇଛି। ବିଭିନ୍ନ ସହରରେ ଫସିଥିବା ହଜାର ହଜାର ପ୍ରବାସୀ ଶ୍ରମିକ ଘରକୁ ଫେରିବା ପାଇଁ ବ୍ୟାକୁଳ ହୋଇ ଉଠିଛନ୍ତି। କାମ ଧନ୍ଦା ବନ୍ଦ ଯୋଗୁଁ ଶ୍ରମିକ ହାତ ବାନ୍ଧି ବସି ରହିବା ସହ ଆଉ ୧୯ ଦିନ ଏଭଳି ଭାବେ ରହିବାକୁ ପଡ଼ିବ। ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଏହି ଶ୍ରମିକ ମାନେ ଘରକୁ ଫେରିବା ପାଇଁ ବିଚଳିତ ହୋଇ ପଡିଛନ୍ତି। ଏବଂ ବିଭିନ୍ନ ସହରରେ ଅଟକିଥିବ ଶ୍ରମିକ ମାନେ ଘରକୁ ପଳାଇବା ପାଇଁ ଉଦ୍ୟମ କରୁଛନ୍ତି।
ଏଭଳି ସ୍ଥିତିରେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ବାନ୍ଦ୍ରା ଷ୍ଟେସନରେ ହଜାର ହଜାର ପ୍ରବାସୀ ଶ୍ରମିକଙ୍କ ଗହଳି ଦେଖିବାକୁ ମିଳିଥିଲା। ଏଠାରୁ ନିଜ ନିଜ ଘରକୁ ଯିବାକୁ ଦାବି କରିଛନ୍ତି। ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ଲାଠି ଚାର୍ଜ କରିଥିଲା। ଫଳରେ ଶ୍ରମିକମାନେ ଛତ୍ରଭଙ୍ଗ ଦେଇଥିଲେ। ଏଥିସହ ସ୍ଥାନୀୟ ନେତା ଦ୍ଵାରା ଶ୍ରମିକଙ୍କ ଜାଗା ଖାଲି କରିବା ପାଇଁ କୁହା ଯାଇଥିଲା।
ଏନେଇ ମହାରାଷ୍ଟ୍ର ମନ୍ତ୍ରୀ ଆଦିତ୍ୟ ଠାକରେ କହିଛନ୍ତି ଯେ ବାନ୍ଦ୍ରା ଷ୍ଟେସନରେ ଶ୍ରମିକ ଏକଜୁଟ ହେଇ ଘରକୁ ଫେରିବା ପାଇଁ ଦାବି କରିବା କେନ୍ଦ୍ର ସରକାରର ବିଫଳତା ବୋଲି କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ,ସରକାର ବ୍ୟବସ୍ଥା କରିବା ପାଇଁ ସକ୍ଷମ ହୋଇ ନାହାନ୍ତି।
The current situation at Bandra Station, now dispersed or even the rioting in Surat is a result of the Union Govt not being able to take a call on arranging a way back home for migrant labour. They don’t want food or shelter, they want to go back home
— Aaditya Thackeray (@AUThackeray) April 14, 2020
ଥାକେରେ ଟୁଇଟ କରି କହିଛନ୍ତି ଯେ, ବାନ୍ଦ୍ରା ଷ୍ଟେସନରେ ଶ୍ରମିକଙ୍କ ଅବ୍ୟବସ୍ଥା ହେଉ କି ସୁରତରେ ଶ୍ରମିକ ଦଙ୍ଗା କରିବା ଘଟଣାରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି ଯେ କେନ୍ଦ୍ର ସରକାର ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇବାରେ ଅସମର୍ଥର ପରିଣାମ ବୋଲି ସେ କହିଛନ୍ତି। ସେମାନେ ଖାଦ୍ୟ କି ଆଶ୍ରୟ ଚାହୁଁ ନାହାନ୍ତି, ସେମାନେ ଘରକୁ ଫେରିବା ପାଇଁ ଚାହୁଁଛନ୍ତି।
ମହାରାଷ୍ଟ୍ରର ପରିବେଶ ମନ୍ତ୍ରୀ ଗୋଟିଏ ପରେ ଗୋଟିଏ ଟୁଇଟ କରି ସରକାର ଉପରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେଉଁ ଦିନ ରେଳ ବନ୍ଦ କରାଯାଇଥିଲା ସେ ଦିନ ରାଜ୍ୟରେ ଆହୁରି ୨୪ ଘଣ୍ଟା ରେଳ ଚଳାଇବାକୁ ଅନୁରୋଧ କରାଯାଇଥିଲା। କାରଣ ପ୍ରବାସୀ ଶ୍ରମିକ ଘରକୁ ଫେରିବାରେ ସକ୍ଷମ ହୋଇ ପାରିବେ।
Complete failure of the State administration in Maharashtra to convey the messages of lockdown to the poor migrant labourers at Bandra.
Complete lackadaisical approach despite the high toll in the state. https://t.co/7yfx7Ihmu4— Sambit Patra (@sambitswaraj) April 14, 2020
ସେପଟେ ଏଥିପାଇଁ ମହାରାଷ୍ଟ୍ର ସରକାରଙ୍କୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର।
