ଶୋଇବା ପୁର୍ବରୁ ଏହି ୫ଟି କାମ କଲେ, ଆପଣ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଯୁବା ଓ ସୌନ୍ଦର୍ଯ୍ୟ ଦେଖାଯିବେ

ଜୀବନଶୈଳୀସ୍ପେଶାଲ

ନବନୀତା ବ୍ୟୁରୋ। ସୁନ୍ଦରତା ଦେଖାଯିବା ସମସ୍ତଙ୍କ ପ୍ରାୟ ଇଚ୍ଛା ରହିଥାଏ। ମନଠାରୁ ଶରୀରର ସୌନ୍ଦର୍ଯ୍ୟ ଅଧିକ ମାୟେନେ ରଖେ। ହେଲେ ନିଜର ସ୍କିନର ଯତ୍ନ ରଖିବା ବି ଆପଣଙ୍କ କର୍ତ୍ତବ୍ୟ ଅଟେ। ଯାହା ଆପଣ ନିଖିରି ଓ ଚକା ଚକ୍ ନଜରକୁ ଆସିବେ। ତେବେ ବାରମ୍ବାର ପାଗ ପରିବର୍ତ୍ତନ ଯୋଗୁଁ ଚର୍ମ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ। ଯାହା ଆପଣଙ୍କ ଭିତର ଓ ବାହାର ଅଂଶର ସୌନ୍ଦର୍ଯ୍ୟତାକୁ ନଷ୍ଟ କରିବାର ସମ୍ଭାବନା ଥାଏ। ତେଣୁ ଯଦି କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଦିନ ବେଳା ସମୟ ମିଳୁନି ତାହେଲେ ରାତ୍ରୀରେ ଶୋଇବା ସମୟରେ ନିଶ୍ଚିତ ଭାବେ ଏହି ୫ଟି କାମ କରନ୍ତୁ। ତାହେଲେ ଜାଣି ପାରିବେ ତଫାତ୍ କଣ?

ଶୋଇବା ପୂର୍ବରୁ ଗାଧୋଇବା

ରାତିରେ ଶୋଇବା ପୂର୍ବରୁ ଗାଧୋଇବା ନିହାତି ଜରୁରୀ। ଏଭଳି କରିବା ଦ୍ଵାରା ଦିନସାରା ଶରୀରର ସବୁ ମଇଳା ସାଫ୍ ହେବା ସହ ସ୍କିନ୍ ଠିକ୍ ଭାବେ ଶ୍ୱାସ ନେଇ ପାରିଥାଏ। ତେବେ ଗାଧୋଇବା ପାଣିରେ ଅଧ ଘଣ୍ଟା ଆଗରୁ ଗୁଲାବ ଫୁଲର କିଛି ପାଖୁଡ଼ା ପକାନ୍ତୁ। ଏହି ପାଣିରେ ଗାଧୋଇବା ଦ୍ଵାରା ଆପଣ ସତେଜ ଅନୁଭବ କରିବେ।

ଦାନ୍ତ ଘଷିବା

କେବଳ ଗାଧୋଇବା ନୁହେଁ ରାତିରେ ଶୋଇବା ପୂର୍ବରୁ ଦାନ୍ତ ଘଷିବା ମଧ୍ୟ ନିତାନ୍ତ ଆବଶ୍ୟକ। ରାତିରେ ଖାଦ୍ୟ ଖାଇବା ପରେ ଯଦି ଦାନ୍ତ ନ ଘଷି ଶୋଇବେ ତାହେଲେ ଆପଣଙ୍କ ଦାନ୍ତରେ ପୋକ ଆକ୍ରମଣ କରିବା ଆରମ୍ଭ କରି ଦିଅନ୍ତି। ଫଳରେ ଆପଣଙ୍କ ସୁନ୍ଦର୍ ଦାନ୍ତ ଗୁଡାକ ନଷ୍ଟ ହେବାରେ ଲାଗେ।

ବାଳ କୁଣ୍ଡାଇବା

ଏଥିସହିତ ଶୋଇବା ପୂର୍ବରୁ ବାଳକୁ କୁଣ୍ଡାଇବାକୁ ଭୁଲନ୍ତୁ ନାହିଁ। ଏହାଦ୍ବାରା ଆପଣଙ୍କ ବାଳ କମ ଫସିବା ସହ କମ ଝଡିବ।

ଶରୀରରେ ମଶ୍ଚୁରାଇଜର ଲଗାଇବା

ଶୋଇବା ପୂର୍ବରୁ ପୁରା ଶରୀରରେ ମଶ୍ଚୁରାଇଜର ଲଗାଇବାକୁ ଭୁଲନ୍ତୁ ନାହିଁ। ଏହାଦ୍ଵାରା ଚର୍ମର ଆଦ୍ରତା ଠିକ୍ ଠାକ୍ ରହିବ ଏବଂ ସକାଳୁ ଉଠିବା ବେଳେ ସ୍କିନ ଟାଣିବା ଭଳି ଅନୁଭବ ହେବ ନାହିଁ।

ହଳଦୀ କ୍ଷୀର

ଶୋଇବା ପୂର୍ବରୁ ହଳଦୀ ମିଶ୍ରିତ କ୍ଷୀର ନିହାତି ପିଅନ୍ତୁ। ଏହାଦ୍ବାରା ଆପଣଙ୍କ ଶରୀରର ବିଷାକ୍ତ ଜିନିଷ ବାହାରକୁ ବାହାରିବାରୁ ରକ୍ତ ସଫା ରହିଥାଏ। ଏଥିସହ ହଳଦୀ ମିଶା କ୍ଷୀର ପିଇବା ଦ୍ଵାରା ଚର୍ମ ବି ଚକ୍ ଚକ୍ କରିଥାଏ।

Leave a Reply