ନବନୀତା ବ୍ୟୁରୋ। ବନ୍ଦ ହେବ ନି ୧୫ ବର୍ଷର ପୁରୁଣା ଗାଡ଼ି। ପୂର୍ବ ଭଳି ପୁଣି ଗଡ଼ିବାରେ କୌଣସି ବାଧା ଉପୁଜିବ ନାହିଁ। ଏନେଇ ଗାଡି ମାଲିକଙ୍କୁ ଆଶ୍ୱସ୍ତି ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଟୁଇଟ କରି ସୂଚନା ଦେଇଛନ୍ତି ଯେ, ୧୫ ବର୍ଷର ପୁରୁଣା ଗାଡ଼ିର ରେଜିଷ୍ଟ୍ରେସନ୍ ପ୍ରମାଣପତ୍ରକୁ ନବୀକରଣ କରିହେବ। ଏପରିକି ଗାଡ଼ିର ଫିଟନେସ ଥିବା ପର୍ଯ୍ୟନ୍ତ ପଞ୍ଜିକରଣ ବୈଧତା ରହିବ ବୋଲି ପରିବହନ କର୍ତ୍ତୃପକ୍ଷ ପକ୍ଷରୁ ସୂଚନା ଦିଆଯାଇଛି।
At present there is no policy to scrap more than 15 year old vehicles. The owners of fifteen year old Non Transport vehicles can renew the RC at RTO office.
The validity of registration of transport vehicle is valid as long as its fitness certificate is valid. pic.twitter.com/rgKc3HUG6x— STA Odisha (@STAOdisha) November 26, 2019
ସେପ୍ଟେମ୍ବର ପହିଲାରୁ ନୂଆ ମଟର ଯାନ୍ ଆଇନ୍ କଡାକଡି କରାଯାଇଥିଲା। ଡିଏଲ୍, ଆରସି, ବୀମା ଓ ପ୍ରଦୂଷଣ ସାର୍ଟିଫିକେଟ ସହ ହେଲମେଟ ପିନ୍ଧିବା ବାଧ୍ୟତାମଳକ କରାଯାଇଥିଲା। ଏଥିସହ ଟ୍ରାଫିକ ନିୟମକୁ ମଧ୍ୟ ସର ରାଜ୍ୟରେ କଡାକଡି ଭାବେ ପାଳନ କରାଯାଇଥିଲା। ଏପରିକି ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିଲା। ତେବେ କାଗଜ ପତ୍ର ପ୍ରସ୍ତୁତ କରିବାରେ ସମସ୍ୟା ଦେଖା ଦେବାରୁ ରାଜ୍ୟ ସରକାର ୩ ମାସ ଯାଏ ନିୟମକୁ କୋହଳ କରିଛନ୍ତି। ଏଥିସହିତ ପ୍ରଦୂଷଣ ମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ୧୫ ବର୍ଷରୁ ଅଧକ ପୁରୁଣା ଗାଡିକୁ ବନ୍ଦ ଲାଗି ସରକାର ଘୋଷଣା କରିଥିଲେ। ଯାହାକୁ ନେଇ ଚିନ୍ତାରେ ପଡ଼ିଥିଲେ ଗାଡି ମାଲିକ। ହେଲେ ଏବେ ପୁଣି ସେହି ୧୫ ପୁରୁଣା ଗାଡ଼ି ଚାଲିବା ନେଇ ରାଜ୍ୟ ସରକାର ଘୋଷଣା କରିବା ପରେ ଲୋକେ ଟିକେ ଆଶ୍ବସ୍ତ ହୋଇଛନ୍ତି।
ଅନ୍ୟପଟେ ଆସନ୍ତା ଡ଼ିସେମ୍ବର ପହିଲାରୁ ପୁଣି ନୂଆ ମଟର ଯାନ ଆଇନକୁ ପୁଣି କଡାକଡି କରାଯିବ। ଏଥିପାଇଁ ଲୋକେ କାଗଜ ପତ୍ର ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଏ ସମୟ ମଧ୍ୟରେ ଯିଏ କାଗଜ ପ୍ରସ୍ତୁତ ନ କରିପାରିବ ସିଏ ତଣ୍ଡ ଗଣିବେ।
