ରାତିରେ ‘ବ୍ରା’ ପିନ୍ଧି ଶୋଇବା ଅନୁଚିତ୍, ଜାଣନ୍ତୁ କାରଣ

ଜୀବନଶୈଳୀସ୍ପେଶାଲ

ନବନୀତା ବ୍ୟୁରୋ। ଅଧିକାଂଶ ମହିଳା ବ୍ରା ପିନ୍ଧି ଶୋଇବା ଅସୁଖକର ଅନୁଭବ କରିଥାନ୍ତି, ଯେଉଁଥି ପାଇଁ ରାତିରେ ତାକୁ ଖୋଳି ଶୋଇଥାନ୍ତି। ହେଲେ କିଛି ମହିଳାଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖାଯାଏ। କାରଣ ବ୍ରା ପିନ୍ଧି ନ ଶୋଇଲେ ତାଙ୍କ ଫିଗର ଖରାପ ହୋଇଯାଏ। ତେବେ ବହୁ ମହିଳା ଏହାର ସପକ୍ଷରେ ନଥିବା ଜଣା ଯାଏ। କାହିଁକି ନା ବ୍ରା ପିନ୍ଧି ଶୋଇବା ଦ୍ଵାରା ସ୍ବାସ୍ଥ୍ୟ ସମ୍ପର୍କିତ ବାଧା ଉପୁଜିଥାଏ।

କିଛି ଦିନ ହେଲା ଅଣ୍ଡରୱୟର ବ୍ରା କାଫି ଟ୍ରେଣ୍ଡ ଚାଲିଛି। ହେଲେ ଆପଣଙ୍କୁ ୟେ ଜଣା ନାହିଁ ଯେ ଏହାଦ୍ବାରା ରକ୍ତ ସଞ୍ଚାଳନ ଉପରେ ଖରାପ୍ ପ୍ରଭାବ ପକାଏ ବୋଲି। କାରଣ ଏହାର ୱୟର ବ୍ରେଷ୍ଟର ଆଖପାଖର ମାଂସପେଶୀକୁ ସଙ୍କୁଚିତ କରି ରଖେ। ଫଳରେ ଏହାର ସିଧାସଳଖ ପ୍ରଭାବ ସ୍ନାୟବିକ ବ୍ୟବସ୍ଥା ଉପରେ ପଡ଼େ।


ବ୍ରା ଶରୀରରେ ବିଲକୁଲ୍ ଫିଟିଂ ହେଉଥିବା କାରଣରୁ ଏହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପିନ୍ଧିବା ଦ୍ଵାରା ବିବର୍ଣ୍ଣ, ତ୍ଵଚା ଓ ଗାଢ଼ ଦାଗ ହେବାର ସମ୍ଭାବନା ଥାଏ। ଏଥି ପାଇଁ ଶୋଇବା ସମୟରେ ବ୍ରା ଖୋଳି ଶୋଇବା ଠିକ୍ ବୋଲି ମନେ ହୁଏ। ବିଶେଷଜ୍ଞ ଏକଥା ବି କହିଛନ୍ତି ଯେ, ଯେଉଁ ମହିଲାର ବ୍ରେଷ୍ଟ୍ ହେଭି ହୋଇଥାଏ, ସେମାନେ ରାତିରେ ବ୍ରା ପିନ୍ଧି ଶୋଇବା ଉଚିତ୍। ଯଦ୍ୱାରା ତାଙ୍କ ବ୍ରେଷ୍ଟ ଅବ୍ୟବସ୍ଥିତ୍ ହେବନି। ଯଦି ବ୍ରା ପିନ୍ଧି ଶୋଇବାକୁ ଚାହୁଁଛନ୍ତି ତାହେଲେ ହାଲକା ଓ ଢିଲା ବ୍ରା ବ୍ୟବହାର କରନ୍ତୁ। ଫଳରେ ବ୍ରେଷ୍ଟର ଆଖପାଖରେ ଚାପି ହୋଇ ନ ରହି ସ୍ବାଭାବିକ ରହିବ।

ଅନେକ ତଥ୍ୟ ଅନୁସାରେ ବ୍ରା ପିନ୍ଧି ଶୋଇବା ଦ୍ଵାରା ଫଙ୍ଗଲ ଇନଫେକସନ୍ ରୋଗ ହୋଇପାରେ। କାହିଁକି ନା ଦୀର୍ଘ ସମୟ ଧରି ବ୍ରା ପିନ୍ଧିବା ଦ୍ଵାରା ବ୍ରେଷ୍ଟ ଶ୍ୱାସ ନେଇ ପାରିନଥାଏ। ଏବଂ ଏହାର ଆଖପାଖରେ ନରମ ହୋଇଯିବାରୁ ଅତି ସହଜରେ ବୀଜାଣୁ ବଢିବା ପାଇଁ ଆସାନ ହୋଇଥାଏ। ହେଲେ ବ୍ରା ଏଇଥି ପାଇଁ ପିନ୍ଧା ଯାଏ ଯାଫଳରେ ଶରୀର ଠିକ୍ ଆକାରରେ ରହେ। କିନ୍ତୁ ୨୪ ଘଣ୍ଟା ଏହା ପିନ୍ଧି ରହିବା ଫଳରେ ଆପଣଙ୍କ ଶରୀର ବିଗିଡି ବି ଯାଇପାରେ।

Leave a Reply