ଆୟକର ସ୍ଲାବରେ ବଡ଼ ପରିବର୍ତ୍ତନ, ମଧ୍ୟମ ବର୍ଗ ଆଶ୍ବସ୍ତ

ଦେଶ ଓ ବିଦେଶବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ଆୟକରରେ ମଧ୍ୟମ ବର୍ଗ ଲୋକଙ୍କୁ ଆଶ୍ବସ୍ତ କଲେ ସରକାର। ଆୟକର ସ୍ଲାବରେ ବଡ଼ ପରିବର୍ତ୍ତନ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହାଦ୍ବାରା ମଧ୍ୟମ ବର୍ଗ ଲୋକଙ୍କୁ ବହୁତ୍ ଲାଭ ହେବା ଆଶା କରାଯାଉଛି।

ହେଲେ ନୂଆ ଟ୍ୟାକ୍ସ ସ୍ଲାବକୁ ବିକଳ୍ପ ଭାବେ ରଖିଛନ୍ତି ଅର୍ଥମନ୍ତ୍ରୀ। ଯଦି କୌଣସି କରଦାତା ପୁରୁଣା ସ୍ଲାବରେ ଅଧିକ ଲାଭ ପାଉଥିବେ ତାହେଲେ ସେମାନେ ତାକୁ ଦାଖଲ କରି ପାରିବେ। ହେଲେ ନୂଆ ଟ୍ୟାକ୍ସ ସ୍ଲାବ୍ ଲାଗୁ ହେଲେ କରଦାତା କୌଣସି ପ୍ରକାର ଛାଡ଼ର ଲାଭ ପାଇ ପାରିବେ ନାହିଁ।

  • ୫ ଲକ୍ଷ ଯାଏ ଆୟ ଉପରେ କୌଣସି କର ନାହିଁ
  • ୫ ରୁ ୭.୫ ଲକ୍ଷ ଯାଏ ୧୦%
  • ୭.୫ରୁ ୧୦ ଲକ୍ଷ ଯାଏ ୧୫%
  • ୧୦ରୁ ୧୨.୫ ଲକ୍ଷ ଯାଏ ୨୦%
  • ୧୨.୫ରୁ ୧୫ ଲକ୍ଷ ଯାଏ ୨୫%
  • ୧୫ ଲକ୍ଷରୁ ଅଧିକ ଆୟ ଉପରେ ୩୦%

ଗତ ବର୍ଷ ହିଁ ଡାଇରେକ୍ଟ ଟ୍ୟାକ୍ସ କୋଡ଼ ଉପରେ ଗଠିତ କମିଟି ଆୟକର ସ୍ଲାବରେ ପରିବର୍ତ୍ତନ ପାଇଁ ସରକାରକୁ ସୁପାରିଶ କରିଥିଲେ। ଖାସ୍ କରି ମଧ୍ୟମ ବର୍ଗ ଉପରେ ଟାସ୍କ ଫୋର୍ସର ଫୋକସ୍ ରହିଛି। ଏଥିପାଇଁ ଆୟକର ଛାଡ଼ ସୀମା ୬.୨୫ ଲାଖ ଯାଏ ବୃଦ୍ଧି କରିବାକୁ କମିଟି ସୁପାରିଶ କରିଥିଲା। ଏବେ ଏହା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କର ଦେବାକୁ ପଡ଼ିବ ନାହିଁ।