ବଜେଟରେ ଚାଷୀ ଓ ଶିକ୍ଷା ଉପରେ ଫୋକସ୍

ଦେଶ ଓ ବିଦେଶବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ସଂସଦରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ଉପସ୍ଥାପନ। ୫ ଟ୍ରିଲିଅନ ଡଲାର ଅର୍ଥ ବ୍ୟବସ୍ଥା କରିବାକୁ ଲକ୍ଷ୍ୟ ରଖାଯାଇଥିବା ଭାଷଣରେ କହିଛନ୍ତି ନିର୍ମଳା। ୨୦୨୦-୨୧ ବର୍ଷ ଲାଗି ବଜେଟ ଉପସ୍ଥାପନ କରିବା ସହ ଚାଷୀ, ଶିକ୍ଷା ଓ ସ୍ଵାସ୍ଥ୍ୟ ଉପରେ ଅଧିକ ଫୋକସ୍ କରାଯାଇଛି। ଚାଷୀ ଲାଗି ୧୫ ଲକ୍ଷ କୋଟି ଯାଏ ଋଣ ଦେବାକୁ ଲକ୍ଷ୍ୟ ରଖାଯାଇଛି।

ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ ଇନ୍ଦ୍ରଧନୁସ୍ ମିଶନକୁ ସମ୍ପ୍ରସାରିତ କରାଯାଇଛି। ଟିବି ହରିଲେ ଶେଷ ଜିତିବ ବୋଲି କହିଛନ୍ତି ନିର୍ମଳା।

୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇ ଗୁଣା ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୨୦୨୦-୨୧ ବର୍ଷ ଲାଗି ୧୫ ଲକ୍ଷ କୋଟି ଟଙ୍କା କୃଷି ଋଣ ଦେବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଧାନମନ୍ତ୍ରୀ କିସାନ୍ ଯୋଜନାରେ ସମସ୍ତ ଲାଭାର୍ଥିଙ୍କୁ କେସିସି ସ୍କିମରେ ଯୋଡ଼ା ଯିବ।

ପାଣି ସମସ୍ୟା ନେଇ ସାରା ଦେଶରେ ଏବେ ଗଭୀର ଚିନ୍ତାର ବିଷୟ ହୋଇଥିବାରୁ ଏହାର ସମାଧାନ ଲାଗି ମହତ୍ୱପୂର୍ଣ୍ଣ ପ୍ରସ୍ତାବ କରାଯାଇଛି। ଜଳ ସଙ୍କଟ ଦେଖା ଦେଇଥିବା ୧୦୦ ଜିଲ୍ଲାରେ ସମସ୍ୟାର ସମାଧାନ ଲାଗି ଉପାୟ ଅବଲମ୍ବନ କରାଯାଉଛି। ଏଥିସହ ପିଏମ୍ କୁସୁମ ଯୋଜନାରେ ସୋଲାର ପମ୍ପ ଲାଗି ୨୦ ଲକ୍ଷ ଚାଷୀଙ୍କୁ ସାମିଲ୍ କରାଯିବ।

ଏହା ବ୍ୟତୀତ ମାଛ ଉତ୍ପାଦନ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ତେଣୁ ଆସନ୍ତା ୨୦୨୨-୨୩ ଯାଏ ମାଛ ଉତ୍ପାଦନ ବୃଦ୍ଧି କରାଯାଇ ୨୦୦ ଲକ୍ଷ ଟନ୍ କରିବାକୁ ଲକ୍ଷ୍ୟ ରଖାଯାଇଛି। କ୍ଷୀର, ମାଂସ ଓ ମାଛ ଭଳି ଖରାପ ହେବାକୁ ଥିବା ଜିନିଷକୁ ନେବା ଲାଗି କିସାନ ରେଲ୍ ଚଳା ଯିବ। ଏପରିକି କୃଷି ଉଡାନର ଆରମ୍ଭ କରାଯିବ।

କେବଳ ଚାଷୀ ନୁହେଁ, ଏଥର ଶିକ୍ଷା ଉପରେ ମଧ୍ୟ ବଜେଟରେ ଅଧିକ ଗୁରୁତ୍ବ ଦିଆଯାଇଛି। ଏଥିପାଇଁ ଖୁବ୍ ଶୀଘ୍ର ଶିକ୍ଷା ନୀତି ଘୋଷଣା କରାଯିବ। ଶିକ୍ଷା କ୍ଷେତ୍ରରେ ପାଖାପାଖି ୯୯,୩୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତାବ ରହିଛି। ମାର୍ଚ୍ଚ ୨୦୨୧ ସୁଦ୍ଧା ୧୫୦ ଉଚ୍ଚ ଶିକ୍ଷା ସଂସ୍ଥାରେ ଶିକ୍ଷା କୋର୍ସ ଆରମ୍ଭ କରାଯିବ। ରାଷ୍ଟ୍ରୀୟ ପୁଲିସ୍ ବିଶ୍ଵବିଦ୍ୟାଳୟ, ନ୍ୟାୟାୟିକ ବିଜ୍ଞାନ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଯୋଜନା ରହିଛି। ଷ୍ଡଡି ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଇଣ୍ଡ୍ ସେଟର ସଞ୍ଚାଳନ ଏଶିଆ ଓ ଆଫ୍ରିକାରେ ହେବ। ଏହା ସହ କୌଶଳ ବିକାଶ ଲାଗି ୩ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତାବ ରଖାଯାଇଛି। ଏପରିକି ପିପିପି ମୋଡରେ ସବୁ ଜିଲ୍ଲା ହସ୍ପିଟାଲକୁ ମେଡିକାଲ୍ କଲେଜ କରିବାକୁ ଲକ୍ଷ୍ୟ ରହିଛି।