ପୁଣି ସୁପର ଓଭରରେ କିୱି ଟିମକୁ ପରାସ୍ତ କଲା ଟିମ୍ ଇଣ୍ଡିଆ

ଖେଳଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ପୁଣି ସୁପର ଓଭରରେ କିୱି ଟିମକୁ ପରାସ୍ତ କଲା ଟିମ୍ ଇଣ୍ଡିଆ। ସୁପର ଓଭରରେ ୧ ୱିକେଟ୍ ହରାଇ ୧୩ ରନ୍ କରିଥିଲା ନ୍ୟୁଜଲ୍ୟାଣ୍ଡ ଦଳ। ୧୪ ରନ୍ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇ ଥିଲେ କୋହଲି ଓ ରାହୁଲ। ରାହୁଲ ଦୁଇଟି ବଲରେ ଛକା, ଚୌକା ମାରି ୧୦ ରନ୍ କରିଥିଲେ। ହେଲେ ତୃତୀୟ ବଲରେ ବଡ଼ ସର୍ଟ ଖେଳିବାକୁ ଯାଇ କ୍ୟାଚ୍ ଆଉଟ ହୋଇଥିଲେ ରାହୁଲ। ଏହାପରେ କୋହଲି ଦୁଇ ବଲରେ ୬ ରନ୍ କରି ମ୍ୟାଚ୍ ଜିତାଇ ଥିଲେ। ୫ ବଲରେ ୧୬ ରନ୍ କରି ସୁପର ଓଭରରେ ପୁଣି ମ୍ୟାଚ୍ ବିଜୟୀ ହୋଇଛି ବିରାଟ ବାହିନୀ। ଏପରିକି ନ୍ୟୁଜଲାଣ୍ଡ ବିପକ୍ଷରେ ୬ଟି ସୁପର ମ୍ୟାଚ୍ ମଧ୍ୟରୁ ୫-୧ ମ୍ୟାଚ୍ ଜିତିଛି ଟିମ୍ ଇଣ୍ଡିଆ।

ଟସ୍ ଜିତି ଟିମ୍ ଇଣ୍ଡିଆକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ନ୍ୟୁଜଲାଣ୍ଡ। ଭାରତ ପ୍ରାରମ୍ଭିକ ବ୍ୟାଟିଂ ଶୋଚନୀୟ ହୋଇଥିଲା। ସାମସଂଗ୍, କୋହଲି, ଆୟର କମ୍ ରନ୍ କରି ଆଉଟ୍ ହୋଇଥିଲେ ମଧ୍ୟ ରାହୁଲ ପାରି ସମ୍ଭାଳିଥିଲେ। ୨୬ ବଳ ଖେଳି ୩୯ ରନ୍ କରି ପେଭିଲିଆନ୍ ଫେରିଥିଲେ ରାହୁଲ। ଏହାପରେ ଶିବାମ୍ ଦୁବେ ୧୧, ସାରଦୂଲ୍ ଠାକୁର ୨୦ ଓ ଚହଳ ୧ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ମନୀଷ ପାଣ୍ଡେ ନାବାଦ ୫୦ ଓ ସୋନି ୧୧ ରନ୍ କରି ୧୬୫ ସ୍କୋର କରିବାକୁ ସକ୍ଷମ ହୋଇଥିଲେ।

ଜବାବରେ ୧୬୬ ରନ ଲକ୍ଷ୍ୟ ନେଇ ପଡିଆକୁ ଓଲାଇଥିଲା କିୱୀ ଦଳ। ଗୁପ୍ତିଲ୍ ୮, ମୁନରୋ ଅର୍ଦ୍ଧଶତକ, ଟେଲର ୨୪ ଓ ସାଇଫର୍ଡ ୫୭ ରନ୍ କରି ଆଉଟ ହୋଇଥିଲେ। ହେଲେ ଶେଷ ଓଭରରେ ସାରଦୁଲ୍ ଠାକୁର ପ୍ରଭାବୀ ଵୋଲିଂ କରି ମ୍ୟାଚ୍ ଟାଇ କରିଥିଲେ। ହେଲେ ସୁପର ଓଭରରେ ପୁଣି ପରାସ୍ତ ହୋଇଥିଲା ନ୍ୟୁଜଲ୍ୟାଣ୍ଡ ଦଳ। କ୍ରମାଗତ ଦ୍ବିତୀୟ ଟାଇ ମ୍ୟାଚରେ ବିଜୟୀ ହେବା ସହ ୪-୦ ରେ ସିରିଜ ଆଗୁଆ ରହିଛି ବିରାଟ ବାହିନୀ। ୫ ଟିକିଆ ଟି-୨୦ ମ୍ୟାଚର ଶେଷ ମ୍ୟାଚ ଆସନ୍ତା ୨ ତାରିଖରେ ଖେଳାଯିବ।