ଦୀନାନାଥ ନାଦିମ କିଏ, ଯାହାଙ୍କ କବିତା ସଂସଦରେ ବଜେଟ ବେଳେ ହେଲା ଗୁଞ୍ଜରଣ

ଦେଶ ଓ ବିଦେଶବଡ଼ ଖବରରାଜନୀତିସ୍ପେଶାଲ

ନବନୀତା ବ୍ୟୁରୋ। ବଜେଟ୍ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କାଶ୍ମୀର ଭାଷାରେ ଏକ କବିତା ପଢ଼ିଲେ। ଯାହାର ଅନୁବାଦ ସେ କହିଥିଲେ।

  • ହମରା ବତନ୍ ଖିଲତେ ହୁଏ ଶାଲିମାର ବାଗ ଜୈଶା
  • ହମାରା ବତନ ଡଲ ଲେକ୍ ମେଁ ଖିଲତେ ହୁଏ କମଳ ଜୈସା
  • ହମରା ବତନ ନୌଜବାନୋ କେ ଗରମ ଖୁନ୍ ଜୈଶା
  • ମେରା ବତନ, ତେରା ବତନ୍, ହମରା ବତନ
  • ଦୁନିଆ କା ସବସେ ପ୍ୟାରା ବତନ

ଏହା ପରେ ଅର୍ଥମନ୍ତ୍ରୀ କହିଥିଲେ ଯେ ଏହି କବିତାକୁ କାଶ୍ମୀରୀ କବି ଦୀନାନାଥ ନାଦିମ ଲେଖିଛନ୍ତି। ଯାହାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ମଧ୍ୟ କରାଯାଇ ସାରିଛି। ଜାଣିଛନ୍ତି କିଏ ସେହି ଦୀନାନାଥ ନାଦିମ ଯାହାଙ୍କ କବିତା ଲୋକସଭାରେ ଗୁଞ୍ଜରିତ ହୋଇଥିଲା।

୧୮ ମାର୍ଚ୍ଚ ୧୯୧୬ ମସିହାରେ ଶ୍ରୀନଗରରେ ଜନ୍ମିତ ଦୀନାନାଥ ନାଦିମ କାଶ୍ମୀର କବିତାକୁ ନୂଆ ଦିଶା ଦେଇଥିଲେ। ଏବଂ ତାଙ୍କୁ ୨୦ ଶତାବ୍ଦୀରେ ଅଗ୍ରଣୀ କବିଙ୍କ ମଧ୍ୟରେ ଗଣା ଯାଇଥିଲା। ଏପରିକି ତାଙ୍କ ନେତୃତ୍ଵରେ କାଶ୍ମୀରରେ ପ୍ରଗତିଶୀଳ ଲେଖକ ସଂଘ ପ୍ରତିଷ୍ଠା କରିଥିଲେ। ସେ କାଶ୍ମୀର ଭାଷା ସହ ହିନ୍ଦୀ ଓ ଉର୍ଦ୍ଦୁ ଭାଷାରେ ମଧ୍ୟ କବିତା ଲେଖୁଥିଲେ। ତାଙ୍କ କବିତାରେ ବହୁ ସଂଖ୍ୟାରେ ଯୁବ ପିଢ଼ି ପ୍ରଭାବିତ ହୋଇଥିଲେ।