ପଶ୍ଚିମବଙ୍ଗରେ ଲକ୍ ଡାଉନ ଯୋଗୁଁ ପୂର୍ବତଟ ରେଳବାଇର ଟ୍ରେନ ସେବା ପ୍ରଭାବିତ

ଓଡ଼ିଶାବଡ଼ ଖବର

ନବନୀତା ବ୍ୟୁରୋ। ଚଳିତ ମାସ ପଶ୍ଚିମବଙ୍ଗରେ ଲକ୍ ଡାଉନ୍ ଯୋଗୁଁ ପୂର୍ବତଟ ରେଳପଥର ଟ୍ରେନ ସେବା ପ୍ରଭାବିତ ହେବା ଆଶଙ୍କା ରହିଛି। ଏପରିକି ପଶ୍ଚିମବଙ୍ଗର କିଛି ସ୍ଥାନରେ ସମ୍ପୂର୍ଣ୍ଣ ସଟ୍ ଡାଉନ ହେଉଥିବାରୁ ଟ୍ରେନ ସେବା ବାତିଲ, ଆଂଶିକ ବାତିଲ  ଓ  ରହଣି ପ୍ରତ୍ୟାହାର କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଆସନ୍ତା ୨୦, ୨୧, ଓ ୨୭ ତାରିଖରେ ସମ୍ପୂର୍ଣ୍ଣ  ଲକ୍ ଡାଉନ ହେଉଥିବାରୁ ଟ୍ରେନ ସେବା ପ୍ରଭାବିତ ହେବ।

ବାତିଲ ଟ୍ରେନ
ହାଓଡ଼ାରୁ ଛାଡୁଥିବା ୦୨୨୪୫ ହାଓଡ଼ା-ଯଶୋବନ୍ତପୁର ଦୁରନ୍ତ ସ୍ପେସିଆଲକୁ ୨୧ ତାରିଖ ବାତିଲ କରାଯିବ। ଯଶୋବନ୍ତପୁରରୁ ଛାଡୁଥିବା ୦୨୨୩୬ ଯଶୋବନ୍ତପୁର -ହାଓଡ଼ା ଦୁରନ୍ତ ସ୍ପେସିଆଲକୁ ୨୦ ତାରିଖ ବାତିଲ କରାଯିବ।
ସେହିପରି ସିଆଲଦାରୁ  ଛାଡୁଥିବା ୦୨୨୦୧ ସିଆଲଦା -ଭୁବନେଶ୍ୱର ଦୁରନ୍ତ ସ୍ପେସିଆଲକୁ ୨୧, ୨୮ ଓ ୩୧ ତାରିଖ ବାତିଲ କରାଯିବାକୁ ନିଷ୍ପତ୍ତି ହୋଇଛି।
ଏଥିସହ ଭୁବନେଶ୍ୱରରୁ ଛାଡୁଥିବା ୦୨୨୦୨ ଭୁବନେଶ୍ୱର -ସିଆଲଦା ଦୁରନ୍ତ ସ୍ପେସିଆଲକୁ ୨୨,୨୯ ଏବଂ ସେପ୍ଟେମ୍ବର ୧ ତାରିଖରେ ବାତିଲ କରାଯିବ।
୦୨୦୭୪/୦୨୦୭୩ ଭୁବନେଶ୍ୱର -ହାଓଡ଼ା -ଭୁବନେଶ୍ୱର ଜନ ଶତାବ୍ଦୀ ସ୍ପେସିଆଲ ଟ୍ରେନ ୨୦, ୨୧ ଓ ୨୭ ତାରିଖରେ ଉଭୟ ଭୁବନେଶ୍ୱର ଓ ହାଓଡ଼ା ଦିଗରୁ ବାତିଲ କରାଯିବ।

ଆଂଶିକ ବାତିଲ ଟ୍ରେନ

ଆସନ୍ତା ୧୯, ୨୦ ଓ ୨୬ ତାରିଖରେ ସିକନ୍ଦରାବାଦରୁ ଛାଡୁଥିବା ୦୨୭୦୪ ସିକନ୍ଦରାବାଦ -ହାଓଡ଼ା ଫଳକନୁମା ସ୍ପେସିଆଲ ଏକ୍ସପ୍ରେସ ଏହାର ଯାତ୍ରା ଭୁବନେଶ୍ୱରଠାରେ ସମାପ୍ତ କରିବ ଏବଂ ହାଓଡ଼ା ପର୍ଯ୍ୟନ୍ତ ଯିବ ନାହିଁ।
ସେହିପରି ଆସନ୍ତା ୨୦, ୨୧ ଓ ୨୭ ତାରିଖରେ ହାଓଡ଼ାରୁ ଛାଡୁଥିବା ୦୨୭୦୩ ହାଓଡ଼ା -ସିକନ୍ଦରାବାଦ ଫଳକନୁମା ସ୍ପେସିଆଲ ଏକ୍ସପ୍ରେସ  ହାଓଡ଼ା ପରିବର୍ତ୍ତେ ଭୁବନେଶ୍ୱରରୁ ଛାଡିବ ଏବଂ ଏହି ତାରିଖ ଗୁଡିକରେ ଏହା  ହାଓଡ଼ାଠାରୁ  ଭୁବନେଶ୍ୱର ପର୍ଯ୍ୟନ୍ତ  ବାତିଲ ରହିବ।

ପ୍ରତ୍ୟାହାର କରାଯାଉଥିବା ରହଣି

ଭୁବନେଶ୍ୱରରୁ ଛାଡୁଥିବା ୦୨୮୦୧ ଭୁବନେଶ୍ୱର -ନୂଆଦିଲ୍ଲୀ ସ୍ପେସିଆଲ ପୁରୁଷୋତ୍ତମ ଏକ୍ସପ୍ରେସ ଓ  ନୂଆଦିଲ୍ଲୀରୁ ଆସୁଥିବା ୦୨୮୦୨ ନୂଆଦିଲ୍ଲୀ -ଭୁବନେଶ୍ୱର ସ୍ପେସିଆଲ ପୁରୁଷୋତ୍ତମ ଏକ୍ସପ୍ରେସ ୧୯, ୨୦ ଓ ୨୬ ଅଗଷ୍ଟ , ୨୦୨୦ରେ ଉଭୟ ଦିଗରୁ ପୁରୁଲିଆ ଓ ହିଜଲୀ ଠାରେ ରହଣି କରିବ ନାହିଁ।

ସେହିପରି ଭୁବନେଶ୍ୱରରୁ ଛାଡୁଥିବା ୦୨୮୨୩ ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ପେସିଆଲ ରାଜଧାନୀ ଏକ୍ସପ୍ରେସ  ୨୦, ୨୧ ଓ ୨୭ ଅଗଷ୍ଟ , ୨୦୨୦ରେ ଏବଂ ନୂଆଦିଲ୍ଲୀରୁ ଆସୁଥିବା ୦୨୮୨୪ ନୂଆଦିଲ୍ଲୀ -ଭୁବନେଶ୍ୱର ସ୍ପେସିଆଲ ରାଜଧାନୀ ଏକ୍ସପ୍ରେସ  ୧୯, ୨୦ ଓ ୨୬ ଅଗଷ୍ଟ , ୨୦୨୦ରେ  ଉଭୟ ଦିଗରୁ ହିଜଲୀଠାରେ ରହଣି କରିବ ନାହିଁ।

ଉପରୋକ୍ତ ଟ୍ରେନଗୁଡିକର ଯାତ୍ରୀମାନେ ଏଥି ପ୍ରତି ଧ୍ୟାନ ଦେବା ସହ ସେ ଅନୁଯାୟୀ ପ୍ରସ୍ତୁତ ରହିବା ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ପରାମର୍ଶ ଦିଆ ଯାଉଛି।