ସୂର୍ଯ୍ୟ ଉପାସନାର ମହାପର୍ବ ଛଟ୍

ଦେଶ ଓ ବିଦେଶବଡ଼ ଖବରସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ। ସୂର୍ଯ୍ୟ ପୂଜାର ମହାପର୍ଵ ଛଟ୍। ଅକ୍ଟୋବର ୩୧ ଗୁରୁବାର ଦିନରୁ ଆରମ୍ଭ ହୋଇ ଏହା ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ କାର୍ତ୍ତିକ ମାସ ଶୁକ୍ଳ ପକ୍ଷର ଚତୁର୍ଥୀ ତିଥିରୁ ସପ୍ତମୀ ତିଥି ସୂର୍ଯ୍ୟ ଉଦୟ ଯାଏ ଛଟ୍ ପୂଜା ପର୍ବ ପାଳନ କରାଯାଏ। ବିଶେଷ କରି କାର୍ତ୍ତିକ ମାସ ଶୁକ୍ଳ ପକ୍ଷର ଷଷ୍ଠୀ ତିଥିରେ ଛଟି ମଇୟାଙ୍କୁ ପୂଜା କରାଯାଏ। ଛଟ୍ ପର୍ବ ଦିୱାଲି ପର୍ବର ୬ ଦିନ ପରେ ପାଳନ କରାଯାଏ। ଛଟ୍ ପୂଜାରେ ସୂର୍ଯ୍ୟ ଓ ଛଟ୍ ମେଇୟାଙ୍କୁ ପୂଜା କରାଯାଏ। ଏହି ପୂଜା ଦ୍ଵାରା ସନ୍ତାନ ପ୍ରାପ୍ତି, ପୁଅର ସୁରକ୍ଷା ଓ ସୁଖ ସମୃଦ୍ଧି ହୋଇଥାଏ। ଛଟ୍ ମେ଼ଇୟାଙ୍କୁ ସୂର୍ଯ୍ୟ ଦେବତାଙ୍କ ଭଉଣୀ ମାନି ଏହି ପୂଜା କରନ୍ତି ଶ୍ରଦ୍ଧାଳୁ।

ଚାରି ଦିନ ଧରି ପାଳନ ହେଉଥିବା ଛଟ୍ ମହପର୍ବ ବିଶେଷ କରି ବିହାର, ଝାରଖଣ୍ଡ ଓ ପୂର୍ବ ଉତ୍ତର ପ୍ରଦେଶରେ ଆନନ୍ଦ ଉଲ୍ଲାସର ସହ ମନା ଯାଏ। ହେଲେ ଏବେ ଏ ଅଞ୍ଚଳର ଲୋକେ ଦେଶର ବିଭିନ୍ନ ଜାଗାରେ ରହୁଥିବାରୁ ଦିଲ୍ଲୀ, ମୁମ୍ବାଇ ଭଳି ବଡ଼ ବଡ଼ ମହାନଗରରେ ମଧ୍ୟ ଛଟ୍ ପୂଜାର ଧୁମ୍ ଦେଖିବାକୁ ମିଳେ।