ଶିଶୁ କଲ୍ୟାଣ ପ୍ରତିଷ୍ଠାନକୁ ମିଳିବ ୧୦ରୁ ୨୦ ଲକ୍ଷ ଟଙ୍କା

ଓଡ଼ିଶାବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ। ଶିଶୁ କଲ୍ୟାଣ ଅନୁଷ୍ଠାନ ଲାଗି ଅଜାଡ଼ି ଦେଲେ ଟଙ୍କା। ରାଜ୍ୟର ବିଭିନ୍ନ ଶିଶୁ କଲ୍ୟାଣ ଅନୁଷ୍ଠାନଗୁଡ଼ିକର ଉନ୍ନତି ଓ ପିଲାଙ୍କ କଲ୍ୟାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଆବଶ୍ୟକତା ଅନୁଯାୟୀ ୧୦ରୁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଟଙ୍କା ଦିଆଯିବ। ଶିଶୁମାନଙ୍କ ମଙ୍ଗଳ ଲାଗି ରେଡକ୍ରସ ସୋସାଇଟି ମାଧ୍ୟମରେ ଶିଶୁ କଲ୍ୟାଣ ପ୍ରତିଷ୍ଠାନକୁ ଦିଆଯିବ ୧୦ ଲକ୍ଷ ଟଙ୍କାର ସହାୟତା। ତେବେ ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ଵର, ସୁନ୍ଦରଗଡ଼, କେଉଁଝର ଓ ସମ୍ବଲପୁର ଆଦି ଜିଲ୍ଲାରେ ଅତିରିକ୍ତ ୧୦ ଲକ୍ଷ ଟଙ୍କା ଲେଖାଏଁ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ସମ୍ପୂର୍ଣ ଜାଣିବା ପାଇଁ ନିମ୍ନରେ ଦିଆଯାଇଥିବା ପ୍ରେସ ବିଜ୍ଞପ୍ତିକୁ ଦେଖନ୍ତୁ।