‘ତାରକ୍ ମେହେଟ୍ଟା’ ଙ୍କ କବିତାରେ ଦର୍ଶକ ହସି ହସି ବେଦମ୍

ସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ। କଣ୍ଟାବାଞ୍ଜିରେ ଦର୍ଶକଙ୍କୁ ଖୁବ୍ ହସାଇଲେ ତାରକ୍। ଟିଭି ସିରିଆଲ୍ ତାରକ ମେହେଟ୍ଟାଙ୍କ କା ଉଲ୍ଟା ଚଷମା ରେ ତାରକ ମେହେଟା ଅଭିନୟ କରୁଥିବା ଶୈଳେଶ ଲୋଧା କବିତା ମାଧ୍ୟମରେ ଦର୍ଶକଙ୍କୁ ହସାଇ ହସାଇ ବେଦମ୍ କରିଥିଲେ। କଣ୍ଟାବାଞ୍ଜି ଓଁକାର ମ୍ୟାରେଜ୍ ପ୍ୟାଲେସରେ ଆୟୋଜିତ ମାରୱାଡ଼ି ଯୁବା ମଂଚର କବି ସମ୍ମିଳନୀରେ ଉପସ୍ଥିତ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲେ ତାରକ।

ପ୍ରଗତି ଶାଖା ଓ ଯୁବା ମଞ୍ଚ ପକ୍ଷରୁ ମିଳିତ ଉଦ୍ୟମରେ ଏହି କବି ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ , ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ, କେଭିଙ୍କ ଜ୍ବାଇଁ ଲକ୍ଷରାଜ୍ ସିଂ ଓ ଝିଅ ନିବୃତ୍ତି ସିଂ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ।

ଏ ଅବସରରେ ଆୟୋଜିତ କବି ସମ୍ମିଳନୀରେ ହାସ୍ୟ କବି ଶୈଳେଶ ଲୋଧା, ରାଷ୍ଟ୍ରୀୟ କବି ବିଷ୍ଣୁ ସକ୍ସେନା, ସଂଜୟ ଝାଲା, ଦିନେଶ ଦିଗଜ ଓ ଅଶୋକ ଚାରଣ ପ୍ରମୁଖ କବିତା ମାଧ୍ୟମରେ ଦର୍ଶକଙ୍କୁ ହସାଇଥିଲେ।