ନବନୀତା ବ୍ୟୁରୋ। ପଞ୍ଚମ ଦିନରେ ବି ଅଚଳାବସ୍ଥା। ଚାଷୀ ପ୍ରସଙ୍ଗ ନେଇ ହୁଲସ୍ତୁଲ ବିଧାନସଭା। ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ପଶ୍ଚିମ ଓଡ଼ିଶାରେ ଧାନ ବିକ୍ରି ସମସ୍ୟା ନେଇ କଂଗ୍ରେସ ବିଧାୟକ ମାନେ ହୋହଲ୍ଲା କରିଥିଲେ। ଧାନ ବିକ୍ରି ସମସ୍ୟା ସହ ଟୋକନ ବ୍ୟବସ୍ଥାକୁ ବିରୋଧ କରି ଗୃହର ମଧ୍ୟ ଭାଗକୁ ଆସି କଂଗ୍ରେସ ପକ୍ଷରୁ ପ୍ରତିବାଦ କରିଥିଲେ। ଏପରିକି ବାଚସ୍ପତିଙ୍କ ପୋଡିଅମ୍ ଉପରକୁ ଚଢ଼ିବାକୁ ଉଦ୍ୟମ କରିଥିଲେ। ତେବେ ଗୃହ କାର୍ଯ୍ୟ ଠିକ୍ ଭାବେ ଚାଲି ନ ପାରିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୩ ଟା ଯାଏ ମୁଲତବି ଘୋଷଣା କରିଛନ୍ତି। ଅନ୍ୟପଟେ ସ୍ମିତାରାଣୀ ପ୍ରସଙ୍ଗରେ ଗୃହରେ କହିବାକୁ ନ ମିଳିବା ଅଭିଯୋଗ ରେ ବିରୋଧୀ ବିଜେପି ବିଧାୟକମାନେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି ।
ଚାଷୀ ପ୍ରସଙ୍ଗରେ ବିଧାନସଭା ହୁଲସ୍ତୁଲ୍
