ନବନୀତା, ଭୁବନେଶ୍ୱର: ନିଖୋଜ ଆଉ ଦୁଇ କର୍ମଚାରୀଙ୍କ ମୃତଦେହ ଉଦ୍ଧାର । ଏଥିସହ ମୃତକଙ୍କ ସଂଖ୍ୟା ୩ରେ ପହଂଚିଲା । ଅନୁଗୋଳ ଜିଲ୍ଲା ତାଳଚେର ଏମସିଏଲ ଭରତପୁର କୋଇଲା ଖଣିରୁ ଆଉ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକମାନେ ହେଲେ ସୁପରଭାଇଜର ରଶ୍ମିରଂଚନ ବେହେରା ଓ ପଂପ ଖଲାସି ରାଜ କିଶୋର । ଶୁକ୍ରବାର ଏନଡିଆରଏଫ୍ ଟିମ୍ ଓ ଏମସିଏଲ ପକ୍ଷରୁ ଚାଲିଥିବା ସର୍ଚ ଅପରେସନ ପରେ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଏବେ ନିଖୋଜ ଥିବା ଅନ୍ୟ ଜଣକ ସଂପର୍କରେ କିଛି ଖୋଜଖବର ମିଳି ପାରିନି । ତେବେ ଅନ୍ୟ ଜଣେ କର୍ମଚାରୀଙ୍କ ଜଂଘ ଉଦ୍ଧାର କରାଯାଇଛି । ନିଖୋଜ ଅନ୍ୟ ଜଣେ କର୍ମଚାରୀଙ୍କୁ ଉଦ୍ଧାର ଲାଗି ଉଦ୍ୟମ ଜାରି ରହିଛି । ବୁଧବାର ଡ୍ରାଇଭର ପପୁନ ବିଶ୍ୱାଳଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।
ସୂଚନା ଅନୁସାରେ, ମଂଗଳବାର ରାତିରେ ଚାଲଚେର ଭରତପୁର କୋଇଲା ଖଣିରେ ମାଟି ଅତଡ଼ା ଖସି ଅନେକ ଶ୍ରମିକ ଚାପି ହୋଇଥିଲେ । ଘଟଣାରେ ୪ ଜଣ ନିଖୋଜ ହୋଇଯାଇଥିବା ବେଳେ ୯ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଗୁରୁତର ୯ ଜଣଙ୍କୁ ଉଦ୍ଧାର କରି ଚାଳଚେର ସେଂଟ୍ରାଲ ମେଡ଼ିକାଲରେ ଚିକିତ୍ସା ଭର୍ତ୍ତି କରାଯାଇଛି । ଅନ୍ୟପଟେ ନିଖୋଜ ଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟ ଜଣଙ୍କ ଖୋଜଖବର ମିଳି ପାରିନି । ତାଙ୍କୁ ଉଦ୍ଧାର କରିବା ଲାଗି ଏନଡିଆରଏଫର ଏକ ୩୦ ଜଣିଆ ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ସେପଟେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ପୂର୍ବରୁ ଗୁରବାର ଏମସିଏଲ ପକ୍ଷରୁ ମଧ୍ୟ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକଂପା ରାଶି ଘୋଷଣା କରାଯାଇଥିଲା ।
ଏମସିଏଲ୍ କୋଇଲା ଖଣିରେ ମୃତକଙ୍କ ସଂଖା ୩କୁ ବୃଦ୍ଧି
