ପୁଣି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ବିଏସ୍ ୟେଦିୟୁରପ୍ପା

ଦେଶ ଓ ବିଦେଶବଡ଼ ଖବରରାଜନୀତି

ବନୀତା, ଦିଲ୍ଲୀ/ଭୁବନେଶ୍ୱର: କର୍ଣ୍ଣାଟକର କିଙ୍ଗ୍ ହେଲେ ୟେଦିୟୁରପ୍ପା । ଜେଡିଏସ୍- କଂଗ୍ରେସ ମେଂଟ ସରକାର ଭାଂଗିବା ପରେ ପୁଣି ଥରେ ସିଏମ୍ ହେଲେ ବିଜେପି ବରିଷ୍ଠ ନେତା ୟେଦିୟୁରପ୍ପା । କର୍ଣ୍ଣାଟକ ବିଜେପି ଅଧ୍ୟକ୍ଷ ୟେଦିୟୁରପ୍ପାଙ୍କୁ ପଦ ଓ ଗୋପନୀୟତା ଶପଥପାଠ କରାଇଛନ୍ତି ରାଜ୍ୟପାଳ ବଜୁଭାଇ ବାଳା ମୁଖ୍ୟମନ୍ତ୍ରୀ । ହେଲେ ବିଏସ୍ ୟେଦିୟୁରପ୍ପାଙ୍କ ମନ୍ତ୍ରିମଣ୍ଡଳରେ କିଏ କିଏ ସାମିଲ ହେବେ ଏଯାଏ ସ୍ପଷ୍ଟ ହୋଇ ନାହିଁ । ଏନେଇ ୟେଦିୟୁରପ୍ପା କହିଛନ୍ତି, ମନ୍ତ୍ରିମଣ୍ଡଳରେ କାହାକୁ ସାମିଲ କରାଯିବ, ସେନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିବି । ଏହା ପୂର୍ବରୁ ୟେଦିୟୁରପ୍ପା ସରକାର ଗଠନ କରିବା ଲାଗି ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇଥିଲେ । ଏଥିସହ ଶୁକ୍ରବାର ଦିନ ଏକା ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇବାକୁ ଅନୁରୋଧ କରିଥିଲେ । ସେ କହିଥିଲେ ଯେ, ବିଧାନସଭାର ବିରୋଧୀ ଦଳ ନେତା ହୋଇଥିବାରୁ ପୁଣି ଥରେ ବିଧାୟକ ଦଳ ବୈଠକ ଡାକି ନେତା ମନୋନୀତ ହେବା ଆବଶ୍ୟକ ।
ଗତ ବର୍ଷ ବିଧାନସଭା ନିର୍ବାଚନରେ ବିଜେପି ୨୨୨ ଆସନରୁ ୧୦୪ ସିଟ୍ ପାଇଥିଲା । ସର୍ବବୃହତ ଦଳ ଭାବେ ଉଭା ହୋଇଥିବାରୁ ବିଜେପିକୁ ସରକାର ଗଠନ କରିବାକୁ କୁହାଯାଇଥିଲା । ବିଏସ୍ ୟେଦିୟୁରପ୍ପା ବିଜେପି ବିଧାୟକ ନେତା ନିର୍ବାଚିତ ହୋଇଥିଲେ । ୨୦୧୮ ମଇ ୧୬ ତାରିଖରେ ବିଜେପି ପକ୍ଷରୁ କୁହାଯାଇଥିଲା କି, ମଇ ୧୭ ତାରିଖ ସକାଳ ସାଢ଼େ ୯ଟାରେ ବିଏସ୍ ୟେଦିୟୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଅନ୍ୟପଟେ ଜେଡିଏସ୍- କଂଗ୍ରେସ ଶପଥ ଗ୍ରହଣ ସମାରୋହକୁ ବନ୍ଦ କରିବା ଲାଗି ସୁପ୍ରିମକୋର୍ଟକୁ ଯାଇଥିଲେ । ହେଲେ ଶପଥ ଗ୍ରହଣ ସମାରୋହ ବନ୍ଦ ଲାଗି ମନା କରି ଦେଇଥିଲେ ସର୍ବୋଚ୍ଚ ଅଦାଲତ । ଏହାପରେ ମଇ ୧୯ ତାରିଖରେ ଗୃହରେ ଶକ୍ତି ପରୀକ୍ଷା କରିବା ଠିକ୍ ପୂର୍ବରୁ ୟେଦିୟୁରପ୍ପା ଇସ୍ତଫା ଦେଇଥିଲେ ।