ନବନୀତା, ଦିଲ୍ଲୀ/ଭୁବନେଶ୍ୱର: ଅର୍ନ୍ତଜାତୀୟ କ୍ରିକେଟରୁ ସନ୍ୟାସ ନେଲେ ଦ୍ରୁତ ବୋଲର ଲସିଥ ମଲିଙ୍ଗା । ଶୁକ୍ରବାର ବାଂଲାଦେଶ ବିପକ୍ଷରେ କଳମ୍ବୋରେ ଚାଲିଥିବା ଶେଷ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ସେ ସାନଦାର ପ୍ରଦର୍ଶନ କରିବା ସହ ସନ୍ୟାସ ନେଇଛନ୍ତି । ଏହି ମ୍ୟାଚ ସହ ଦିନିକିଆ କ୍ରିକେଟ୍ ଫର୍ମାଟକୁ ଅଲବିଦା କହିଛନ୍ତି ଶ୍ରୀଲଙ୍କାର ଦ୍ରୁତତମ ବୋଲର ଲସିଥ ମଲିଙ୍ଗା । ମଲିଙ୍ଗାଙ୍କ ବିଦାୟୀ ମ୍ୟାଚରେ ବିଜୟୀ କରାଇବା ସହ ତାଙ୍କ ଲାଗି ଏହି ମ୍ୟାଚକୁ ସ୍ମରଣୀୟ କରିଥିଲେ ଶ୍ରୀଲଙ୍କାର ଖେଳାଳି ।
ତେବେ ମ୍ୟାଚ୍ ସରିବା ପରେ ମଲିଙ୍ଗା ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ଅବସର ନେବା ଏଇଟା ମୋ ପାଇଁ ସଠିକ୍ ସମୟ । ଏବେ ତାଙ୍କୁ ଆଗକୁ ବଢ଼ି ଯିବା ଆବଶ୍ୟକ, କାରଣ ୨୦୨୩ ବିଶ୍ୱକପ୍ ପାଇଁ ଶ୍ରୀଲଙ୍କା ଟିମ୍ ପ୍ରସ୍ତୁତ ହେବ । ଦୀର୍ଘ ୧୫ ବର୍ଷ ଧରି ମଲିଙ୍ଗା ଦେଶ ଲାଗି କ୍ରିକେଟ ଖେଳୁଥିଲେ ।
ଶ୍ରୀଲଙ୍କା ଏହି ମ୍ୟାଚରେ ୯୧ ରନରେ ବିଜୟୀ ହୋଇଛି । ଏଥିରେ ଦ୍ରୁତ ବୋଲର ଲସିଥ ମଲିଙ୍ଗା ତିନ୍ ୱିକେଟ ନେଇ ଟିମ୍ ଇଣ୍ଡିଆର ଏକ ବଡ଼ ରେକର୍ଡ ଭାଗିଛନ୍ତି । ଲସିଥ ମଲିଙ୍ଗା ଦିନିକିଆ କ୍ରିକେଟରେ ମୋଟ ୩୩୮ ୱିକେଟ ନେବା ସହ ଦିନିକିଆ କ୍ୟାରିୟରରୁ ସନ୍ୟାସ ନେଇଛନ୍ତି । ଏଥିସହ ଟିମ୍ ଇଣ୍ଡିଆର ସ୍ପିନର ଅନିଲ କୁମ୍ବଲେଙ୍କ ଦିନିକିଆ କ୍ରିକେଟରେ ସବୁଠୁ ଅଧିକ ୱିକେଟ ନେଇଥିବା ରେକର୍ଡ ଭାଂଗି ଯାଇଛି ।
ଲସିଥ ମଲିଙ୍ଗା ବାଂଲାଦେଶ ବିପକ୍ଷରେ ତିନୋଟି ୱିକେଟ ନେଇ ଦିନିକିଆ କ୍ରିକେଟରେ ସବୁଠୁ ଅଧିକ ୱିକେଟ ନେଇଥିବା ଖେଳାଳି ତାଲିକାର ୯ମ ସ୍ଥାନ ହାସଲ କରିଛନ୍ତି । ଏହା ପୂର୍ବରୁ ଏହି ଜାଗାରେ କୁମ୍ବଲେ ଥିଲେ । ତେବେ ଦିନିକିଆ କ୍ରିକେଟରେ ସବୁଠୁ ଅଧିକ ୱିକେଟ ନେଇଥିବା ଶ୍ରୀଲଙ୍କାର ଖେଳାଳି ମୁଥେୟା ମୁରଲୀଧରନ ଓ ଚମିଣ୍ଡା ଭାସଙ୍କ ପରେ ମଲିଙ୍ଗା ହେଉଛନ୍ତି ତୃତୀୟ ଖେଳାଳି ।
Classic Mali spell ? Thank you for everything you’ve done for cricket. Always admired you and will always continue to do so ?.
— Jasprit Bumrah (@Jaspritbumrah93) July 26, 2019
ତେବେ ମଲିଙ୍ଗା ବିଦାୟ ନେବା ପରେ ସାରା ବିଶ୍ୱର ଅନେକ ଖେଳାଳି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଯଶପ୍ରୀତ ବୁମରା ମଧ୍ୟ ମୁମ୍ବାଇ ଇଣ୍ଡିଆନସର ସାଥୀ ଖେଳାଳି ମଲିଙ୍ଗା ସଂପର୍କରେ ଟ୍ୱିଟ୍ କରିଛନ୍ତି । ମଲିଙ୍ଗାଙ୍କ ସାନଦାର ବଲିଂ ନେଇ ସେ ଟ୍ୱିଟରେ ଲେଖିଛନ୍ତି । ଏଥିସହ ସେ କହିଛନ୍ତି ଆପଣ କ୍ରିକେଟ ଲାଗି ଯାହା ସବୁ କରିଛନ୍ତି ସେଥିପାଇଁ ଧନ୍ୟବାଦ । ସବୁବେଳେ ମୁଁ ଆପଣଙ୍କଠାରୁ ଶିଖିଛି ଓ ଆଗାମୀ ଦିନରେ ମଧ୍ୟ ଶିଖୁଥିବି ବୋଲି ଟ୍ୱିଟ୍ କରିଛନ୍ତି ବୁମରା ।
If I had to pick one match winner among many others for @mipaltan in the last decade, this man will be on the top for sure. As a captain he give me breather during tense situation and he never failed to deliver, such was his presence within the team. Best wishes LM for the future pic.twitter.com/gJJJKy8gL3
— Rohit Sharma (@ImRo45) July 26, 2019
ଭାରତୀୟ ବ୍ୟାଟସମ୍ୟାନ ରୋହିତ ଶର୍ମା ମଧ୍ୟ ମୁମ୍ବାଇ ଇଣ୍ଡିଆନସର ସାଥୀ ଖେଳାଳିକୁ ଗୁଡ୍ ଲକ୍ କହିଛନ୍ତି । ଗତ ଦଶ ବର୍ଷ ଧରି ମୁମ୍ବାଇ ଯେଉଁ ସବୁ ମ୍ୟାଚ୍ ଜିତିଛି ତାର ସବୁ ଶ୍ରେୟ ମଲିଙ୍ଗାକୁ ଦେଇଛନ୍ତି ରୋହିତ । ଏବଂ ମଲିଙ୍ଗାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।
Congratulations on a wonderful One Day career, #Malinga.
Wishing you all the very best for the future. pic.twitter.com/RLeKIudyWl— Sachin Tendulkar (@sachin_rt) July 26, 2019
ଭାରତର ମହାନ ବ୍ୟାଟସମ୍ୟାନ ତଥା ମୁମ୍ବାଇ ଇଣ୍ଡିଆନସର କୋଚ ସଚିନ ଚେନ୍ଦୁଲକର ମଧ୍ୟ ମଲିଙ୍ଗାଙ୍କୁ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ସଚିନ କହିଛନ୍ତି, ସାନଦାର ଦିନିକିଆ କ୍ୟାରିୟର ଲାଗି ବଧାଇ ଦେବା ସହ ଭବିଷ୍ୟ ପାଇଁ ଶୁଭ କାମନା ଜଣାଇଛନ୍ତି ।
