ନବନୀତା, ଭୁବନେଶ୍ୱର: ତାଳଚେର MCL କୋଇଲା ଖଣିରେ ପୁଣି ଅଘଟଣ। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା MCL ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଅନେକ ଗାଡ଼ି ଓ ୧୩ ଜଣ ଲୋକ ଫସି ରହିଥିବା ଜଣା ପଡିଛି। ସେମାନଙ୍କ ମଧ୍ୟରୁ ୯ ଜଣଙ୍କୁ ଉଦ୍ଧାର କରି MCL ତାଳଚେର ସେଣ୍ଟ୍ରାଲ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଭରତପୁର କୋଇଲା ଖଣିରେ ମାଟି ଅତଡ଼ା ଧସି ପଡ଼ିବାରୁ ଏହି ଘଟଣା ଘଟିଛି। ମାଟି ଅତଡ଼ାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ଲାଗି ଉଦ୍ୟମ ଜାରି ରହିଛି।

ସୂଚନା ଅନୁସାରେ ମଙ୍ଗଳବାର ରାତି ସାଢ଼େ ୧୧ଟାରେ ଭରତପୁର କୋଇଲା ଖଣିରେ କାମ ଚାଲି ଥିଲା। ହେଲେ ଦୁର୍ଭଗ୍ୟବଶତଃ ଏ ସମୟରେ ଖଣିରେ କୋଇଲା ସ୍ତର ଧସି ଯାଇଥିଲା। ଫଳରେ ଅନେକ ଗାଡ଼ି ଓ ୧୩ ଶ୍ରମିକ ଫସି ରହିଥିଲେ। MCL କର୍ତ୍ତୃପକ୍ଷ ଘଟଣା ସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ୯ ଜଣ ଶ୍ରମିକଙ୍କୁ ଉଦ୍ଧାର କରି MCL ତାଳଚେର ସେଣ୍ଟ୍ରାଲ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଏଯାଏ ୪ ଜଣଙ୍କ ମୃତ୍ୟୁ ହୋଇଥିବା MCL ପକ୍ଷରୁ ସୂଚନା ଦିଆଯାଇଛି। ମୃତଦେହକୁ ଉଦ୍ଧାର ଲାଗି ଉଦ୍ୟମ ଜାରି ରହିଛି। ନିର୍ଦ୍ଦେଶକ ଟେକ୍ନିକାଲ୍ ଅପରେସନ ଓପି ସିଂ ଓ ନିର୍ଦ୍ଦେଶକ ପର୍ସେନେଲ୍ କେ. ଆର୍. ବାସୁଦେବନ୍ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଛନ୍ତି।
