ନବନୀତା,ଭୁବନେଶ୍ୱର: ଅନୁଗୋଳ ସ୍ମେଲଟର୍ ପ୍ଲାଣ୍ଟରେ ଘଟିଥିବା ଦୁର୍ଘଟଣାରେ ଆହତଙ୍କୁ ଭେଟିଲେ ନାଲକୋ CMD। ହସ୍ପିଟାଲ୍ ଯାଇ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି ସିଏମଡି ଡ. ତପନ କୁମାର ଚାନ୍ଦ। ଏଥିସହ ସମସ୍ତ ଆହତଙ୍କୁ ଠିକ୍ ଭାବେ ଚିକିତ୍ସା କରିବାକୁ ଡାକ୍ତର ସହ ଆଲୋଚନା କରିଛନ୍ତି। ତାସହ ଆହତ କର୍ମଚାରୀଙ୍କ ପରିଜନଙ୍କୁ ଭେଟି ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏ ଅବସରରେ ଡ. କହିଥିଲେ ଯେ, ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ନାଲକୋ ବହନ କରିବ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଅନୁଗୋଳ ନାଲକୋ ସ୍ମେଲଟର ପ୍ଲାଣ୍ଟରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଜଣେ କର୍ମଚାରୀ, ଜଣେ ଠିକା କର୍ମଚାରୀ ଏବଂ ଦୁଇ ଜଣ ଅପ୍ରେଣ୍ଡିସ୍ ଆହତ ହୋଇଥିଲେ। ହେଲେ କମ୍ପାନୀ କର୍ତ୍ତୁପକ୍ଷ ଠିକ୍ ସମୟରେ ଘଟଣାସ୍ଥଳରେ ପହଞ୍ଚି ଯିବାରୁ ନିଆଁକୁ ଆୟତ୍ତ କରାଯାଇ ପାରିଥିଲା। ତେବେ କିଭଳି ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା ତାହା ଜଣା ପଡିନାହିଁ। ତେଣୁ ଏହାର କାରଣ ଜାଣିବା ପାଇଁ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇଛି।
