ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ବୋରିସ ଜନସନ

ଦେଶ ଓ ବିଦେଶବଡ଼ ଖବର

ବନୀତା,ଦିଲ୍ଲୀ/ଭୁବନେଶ୍ୱର: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେଲେ ବୋରିସ ଜନସନ । ଜେରେମି ହଣ୍ଟକୁ ପରାସ୍ତ କରି ୟୁକେର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି ବୋରିସ । ବୁଧବାର ପ୍ରଧାନମନ୍ତ୍ରୀ ପଦ ଲାଗି ଶପଥ ନେବେ ବୋରିସ । ତେବେ ଫଳାଫଳ ଆସିବା ପୂର୍ବରୁ ଅଗୁବ ଓ ଟାଇମ୍ସ ପକ୍ଷରୁ ଏକ ସର୍ଭେ କରାଯାଇଥିଲା । ସର୍ଭେ ରିପୋର୍ଟ ଅନୁସାରେ, ବୋରିସ ଜନସନଙ୍କୁ ୭୪ ପ୍ରତିଶତ ପସନ୍ଦ କରିଥିବା ବେଳେ ଜେରେମି ହଂଟଙ୍କୁ ମାତ୍ର ୨୬ ପ୍ରତିଶତ ସଦସ୍ୟ ପସନ୍ଦ କରିଥିଲେ ।


ବୋରିସ ଜନସନ ଦୁଇ ଥର ସାଂସଦ ରହି ସାରିଛନ୍ତି । ଏଥିସହ ବୈଦେଶିକ ମନ୍ତ୍ରୀ ଏବଂ ଲଣ୍ଡନର ମେୟର ପଦ ମଧ୍ୟ ତୁଳାଇଛନ୍ତି । କେବଳ ଏତିକି ନୁହେଁ ସେ ଟେଲିଗ୍ରାଫ ଖବର କାଗଜର ସାପ୍ତାହିକ ସ୍ତମ୍ଭ ମଧ୍ୟ ଲେଖନ୍ତି । ହେଲେ ଗାର୍ଲଫ୍ରେଣ୍ଡଙ୍କ ସହ ସଂପର୍କକୁ ନେଇ ଜୋରଦାର ଚର୍ଚ୍ଚାରେ ରହିଛନ୍ତି ବୋରିସ ।
ବୋରିସ ବ୍ରିଟେନର ୩୦ ଲକ୍ଷ ଧନୀ ଲୋକଙ୍କୁ ଟ୍ୟାକ୍ସ ହ୍ରାସ ଏବଂ ପ୍ରବାସୀଙ୍କୁ ପାଉଣ୍ଡ ଆଧାରରେ ସିଷ୍ଟମ ବନାଇବାକୁ ଚାହୁଛନ୍ତି । ଏଥିସହ ବୋରିସ ସାର୍ବଜନୀକ କ୍ଷେତ୍ରରେ ଦରମା ବଢ଼ାଇବା ଓ ପୋଲିସରେ ୨୦ ହଜାର ନୂଆ କର୍ମଚାରୀଙ୍କୁ ଭର୍ତ୍ତିର୍ କରିବା ସପକ୍ଷରେ ଅଛନ୍ତି ।
ବ୍ରିଟେନର ଅର୍ଥ ମନ୍ତ୍ରୀ ଫିଲିପ ହୈମଣ୍ଡ କହିଥିଲେ ଯେ, ଯଦି ଜନସନ ପ୍ରଧାନମନ୍ତ୍ରୀ ହେବେ ତା ହେଲେ ସେ ଇସ୍ତଫା ଦେଇଦେବେ । ଏଥିସହ ସେ ଆହୁରି କହିଛନ୍ତି ଯେ, ଜନସନଙ୍କ ବ୍ରେଗ୍ଜିଟ୍ ରଣନୀତିକୁ ସେ କେବେ ବି ସମର୍ଥନ କରି ପାରିବେ ନାହିଁ ।