ଭୁବନେଶ୍ୱର: ନାଲକୋ ପ୍ଲାଣ୍ଟରେ ଦୁର୍ଘଟଣା । ଅନୁଗୁଳ ନାଲକୋ ପ୍ଲାଣ୍ଟ ଫ୍ଲାଶ ଓଭରରୁ ନିଆଁ ଲାଗିଛି । ଏଥିରେ ୪ ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ତେବେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକଠାକ ନଥିବାରୁ ବାରମ୍ବାର ଏଭଳି ଘଟଣାର ପୁନରାବୃତ୍ତି ଘଟୁଛି ।
ଘଟଣା ଅନୁସାରେ, ଅନୁଗୁଳ ଆଲୁମିନିୟମ କମ୍ପାନୀ ନାଲକୋ ପ୍ଲାଣ୍ଟରେ ନିଆଁ ଲାଗିଥିଲା । ଯାନ୍ତ୍ରିକ ତ୍ରୁଟି ଲାଗି ସ୍ମେଲଟରର କାଷ୍ଟ ହାଉସ ବି’ରେ ଫ୍ଲାଶ ଓଭରରୁ ନିଆଁ ଲାଗିଥିବା ଜଣାପଡିଛି । ଦୁର୍ଘଟଣାରେ ୪ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣା ପଢିଛି । ଗୁରୁତର କର୍ମଚାରୀଙ୍କୁ ପ୍ରଥମେ ନାଲାକୋ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଅହୁରୀ ବିଗିଡ଼ିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ନାଲକୋ ବହନ କରିବ ।
ପୂର୍ବରୁ ଝାରସୁଗୁଡ଼ା ଆଲୁମିନିୟମ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟଣାରେ ୭ ଜଣ କର୍ମଚାରୀ ଆହତ ହୋଇଥିଲେ । ଏହା ପରେ ପ୍ଲାଣ୍ଟକୁ ସିଲ କରାଯାଇ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯାଇଥିଲା ।
