ଚନ୍ଦ୍ରପୃଷ୍ଠକୁ ଗଲା ଚନ୍ଦ୍ରଯାନ-୨

ଦେଶ ଓ ବିଦେଶବଡ଼ ଖବର

ଭୁବନେଶ୍ୱର/ଦିଲ୍ଲୀ: ମିଶନ ଚନ୍ଦ୍ରଯାନ । ଭାରତ ଦେଶ ଲାଗି ଆଜିର ଦିନକୁ ବହୁତ ଖାସ କୁହାଯାଉଛି । ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଇସ୍ରୋ ଚନ୍ଦ୍ରଯାନ-୨ କ୍ଷେପଣ କରି ଇତିହାସ ରଚିଛି ଭାରତ । ଚନ୍ଦ୍ରଯାନ-୨ ବାହୁବଳୀ ରକେଟ ଜିଏସଏଏଭି ଏମକେ-୩ ରବିବାର ଅପରାହ୍ନ ୨.୪୩ ମିନିଟରେ ସତୀଶ ଧୱନ ମହାକାଶ କେନ୍ଦ୍ରରୁ କ୍ଷେପଣ କରାଯାଇଛି । ରକେଟ ଚନ୍ଦ୍ରଯାନ-୨କୁ ମହାକାଶ କକ୍ଷରେ ପହଂଚାଇ ଦେଇଛି । ଏଥିଲାଗି ସତୀଶ ଧୱନ ମହାକାଶ ସେଂଟରରେ ଉପସ୍ଥିତ ଥିବା ବୈଜ୍ଞାନିକମାନଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚନ୍ଦ୍ରଯାନ-୨ କ୍ଷେପଣ ଉପର ନଜର ରଖିଥିଲେ । ହେଲେ ସଫଳ କ୍ଷେପଣ ହେବା ପରେ ବୈଜ୍ଞାନିକ ଏବଂ ଇସ୍ରୋ ଟିମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଆଜିର ଦିନ ୧୩୦ କୋଟି ଦେଶବାସୀଙ୍କ ଲାଗି ଗର୍ବର ଦିନ ବୋଲି ମୋଦି କହିଛନ୍ତି ।
ଚନ୍ଦ୍ରଯାନ-୨କୁ ସଫଳତାପୂର୍ବକ କ୍ଷେପଣ ନେଇ ଇସ୍ରୋ ମୁଖ୍ୟ କହିଛନ୍ତି, ଚନ୍ଦ୍ରଯାନ-୨ରେ ଦେଖା ଦେଇଥିବା ତ୍ରୁଟିର ସମାଧାନ କରି ଏହାକୁ ଅନ୍ତରୀକ୍ଷକୁ ପଠାଯାଇଛି । ଏବଂ ଏହାର କ୍ଷେପଣ ବହୁ ଭଲ ହୋଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । ଚନ୍ଦ୍ରପୃଷ୍ଠ ନିକଟକୁ ଭାରତର ଐତିହାସିକ ଯାତ୍ରା ଆରମ୍ଭ ହୋଇଛି । ଏହା ଚନ୍ଦ୍ରର ଦକ୍ଷିଣ କକ୍ଷରେ ଅବତରଣ କରିବ । ସେ ଆହୁରି କହିଛନ୍ତି, ପରବର୍ତ୍ତୀ ମିଶନ ପାଇଁ ଏବେ ବି କାର୍ଯ୍ୟ ଜାରି ରହିଛି ।
ଚନ୍ଦ୍ରଯାନ-୨କୁ ପୃଥିବୀ କକ୍ଷରେ ପହଂଚାଇବା ପର୍ଯ୍ୟନ୍ତ ଏହାର ଦାୟିତ୍ୱ ସବୁଠୁ ଶକ୍ତିଶାଳୀ ରକେଟ ଜିଏସଏଲଭି-ଏମକେ୩କୁ ଦାୟିତ୍ୱ ଦେଇଥିଲା ଇସ୍ରୋ । ଏହି ରକେଟକୁ ସ୍ଥାନୀୟ ମିଡ଼ିଆରେ ବାହୁବଳୀ ନାରେ ନାମିତ କରାଯାଇଛି । ୬୪୦ ଟନ୍ ଓଜନ ବିଶିଷ୍ଟ ଏହି ରକେଟର ପାଇଁ ଖର୍ଚ୍ଚ ହୋଇଛି ୩୭୫ କୋଟି ଟଙ୍କା । ଏହି ରକେଟଟି ୩.୮ ଟନ ଓଜନର ଚନ୍ଦ୍ରଯାନ-୨କୁ ନେଇ କରି ଚନ୍ଦ୍ରକୁ କ୍ଷେପଣ କରାଯାଇଛି । ଚନ୍ଦ୍ରଯାନ-୨ ପାଇଁ ମୋଟ ୬୦୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ପୃଥକ ପୃଥକ ଭାବେ ସଫଳ ଯାତ୍ରା କରିବା ସହ ଏହା ସେପ୍ଟେମର ୭ ତାରିଖରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ କକ୍ଷରେ ଅବତରଣ କରିବ ।
ଏବେ ସୁଦ୍ଧା ବିଶ୍ୱର ୩ଟି ଦେଶ ଆମେରିକା, ଋଷ ଏବଂ ଚୀନ ଚନ୍ଦ୍ରପୃଷ୍ଠ ଉପରେ ନିଜ ନିଜର ଯାନ ଅବତରଣ କରିଛନ୍ତି । ୨୦୦୮ ମସହାରେ ଭାରତ ଚନ୍ଦ୍ରଯାନ-୧ କ୍ଷେପଣ କରିଥିଲା । ଏହା ଏକ ଅର୍ବିଟର ଅଭିଯାନ ଥିଲା । ଏବଂ ଏହି ଅର୍ବିଟର ଦୀର୍ଘ ୧୦ ମାସ ଧରି ଚନ୍ଦ୍ରରେ ପରିଭ୍ରମଣ କରିଥିଲା । ଚନ୍ଦ୍ରରେ ପାଣି ଥିବା ପତ୍ତା ଲଗାଇବା ପାଇଁ ଭାରତ ଏହି ଅଭିଯାନକୁ ଶ୍ରେୟ ଦେଇଛି ।
ଗତ ୧୫ ତାରିଖରେ ଚନ୍ଦ୍ରଯାନ-୨ କ୍ଷେପଣ କରାଯିବା କାର୍ଯ୍ୟକ୍ରମ ଥିଲା । ହେଲେ କ୍ରାଇଜେନିକ ଇଂଜିନରେ ତ୍ରୁଟି ଲାଗି କ୍ଷେପଣକୁ ସ୍ଥଗିତ ରଖାଯାଇଥିଲା ।

One thought on “ଚନ୍ଦ୍ରପୃଷ୍ଠକୁ ଗଲା ଚନ୍ଦ୍ରଯାନ-୨

  • NRG Narasingha

    Jai Ho ISRO.

Comments are closed.