ଭଟଲିରେ ସୁଶାନ୍ତ ସିଂଙ୍କ ଶକ୍ତି ପ୍ରଦର୍ଶନ

ଓଡ଼ିଶାବଡ଼ ଖବରରାଜନୀତି

ଏନ୍ଏନ୍ ବ୍ୟୁରୋ। ଭଟଲିରେ ବିଧାୟକ ସୁଶାନ୍ତ ସିଂଙ୍କ ଶକ୍ତି ପ୍ରଦର୍ଶନ। ବିଜେଡ଼ି ପକ୍ଷରୁ ନୂଆଁବରଷ ଅବସରରେ ଭେଟଘାଟ ଓ ବିକାଶ ଯାତ୍ରା ଆୟୋଜନ କରାଯାଇଥିଲା। ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ମହିଳା ପୁରୁଷ ଯୋଗ ଦେଇଥିଲେ। ଭେଟଘାଟ ବାହାନାରେ ନିଜ ଶକ୍ତି ପ୍ରଦର୍ଶନ କରିଥିଲେ ସୁଶାନ୍ତ ସିଂ। ଆଗକୁ ନିର୍ବାଚନ ଆସୁଥିବାରୁ ସୁଶାନ୍ତଙ୍କ ଏହି ବିରାଟ ବିକାଶ ଯାତ୍ରାରୁ ବାରି ହୋଇ ପଡ଼ୁଛି ଯେ, ଭଟଲିରେ ଦଳୀୟ ସଂଗଠନ କେତେ ସୁଦୃଢ଼ ରହିଛି ।

କାର୍ଯ୍ୟକ୍ରମରେ ବିଜେଡ଼ି ଜିଲ୍ଲା ସଭାପତି ପ୍ରଭାସ ସିଂ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜାପାନ ମହାପାତ୍ର, ଭଟଲି ବ୍ଲକ ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ, ଅମ୍ବାଭୋନା ବ୍ଲକ ଅଧ୍ୟକ୍ଷ କୀର୍ତ୍ତିଚନ୍ଦ୍ର ଦୁଆଁନ, ସୋହେଲା ବ୍ଲକ ଅଧ୍ୟକ୍ଷା ବବି ପଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜିବର୍ଦ୍ଧନ ବରିହା, ବିଜେଡ଼ି ବ୍ଲକ ସଭାପତି ଗୋବିନ୍ଦ ପ୍ରଧାନ, ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ନୀଳ କୁମାରୀ ନାୟକ, ଜିଲ୍ଲା ପରିଷଦ ସଦସ୍ୟା କଳ୍ପନା ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟା ଭାରତୀ ଭୋଇ, ଜିଲ୍ଲା ଯୁବ ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ପୂର୍ବତନ ସୋହେଲା ବ୍ଲକ ଅଧ୍ୟକ୍ଷ ସୁବ୍ରତ ବେହେରା, ଜିଲ୍ଲା ଛାତ୍ର ଜନତା ଦଳର ସଭାପତି କରନ୍ ସିକନ୍ଦର, ସମସ୍ତ ସରପଂଚ, ସମିତି ସଭ୍ୟ ଓ ହଜାର ହଜାର ସଂଖ୍ୟାରେ ଦଳୀୟ କର୍ମକର୍ତ୍ତା ସାମିଲ ହୋଇଥିଲେ ।