ମହାବାତ୍ୟା ଏମ୍ଫନ୍ ପ୍ରଭାବ: ବେଙ୍ଗଲ ଓ ଓଡ଼ିଶାରେ ବର୍ଷା ଆରମ୍ଭ

ଓଡ଼ିଶାଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ବଙ୍ଗୋପସାଗରରେ ସୃଷ୍ଟ ସୁପର ସାଇକ୍ଲୋନ ଏମ୍ଫନ ଓଡ଼ିଶା ସମୁଦ୍ରକୂଳ ନିକଟକୁ ପହଞ୍ଚିଛି। ନ୍ୟୁଜ ଏଜେନସୀ ପିଟିଆଇ ଅନୁସାରେ, ଏହାର ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି। ଅନ୍ୟପଟେ ରାଜ୍ୟ ସରକାର ସାମୁଦ୍ରିକ ଝଡ଼ ଦ୍ଵାରା ପ୍ରଭାବିତ ହେବାକୁ ଥିବା ଅଞ୍ଚଳକୁ ଖାଲି କରିବାକୁ କାମ ଜୋରସୋର ଚାଲିଛି। ଓଡ଼ିଶାର ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାର କେତେ ଅଞ୍ଚଳରେ ହାଲୁକା ବର୍ଷା ହେଉଛି। ବର୍ଷା ଓ ପବନର ଗତି ଧୀରେ ଧୀରେ ବଢିବା ସମ୍ଭାବନା ରହିଛି। ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ସୁପର ସାଇକ୍ଲୋନ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି। ଫଳରେ ଓଡ଼ିଶାରେ ଏହାର ପ୍ରଭାବ ଅଧିକ ପଡ଼ିବା ସମ୍ଭାବନା ବହୁତ କମ୍। ହେଲେ  ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଭଳି ସମୁଦ୍ରକୂଳବର୍ତ୍ତି ଜିଲ୍ଲାରେ ମଙ୍ଗଳବାର ସନ୍ଧ୍ୟାରୁ ଜୋର ପବନ ସହ ବର୍ଷା ହେବା ସମ୍ଭାବନା ରହିଛି।

ଏହା ପୂର୍ବରୁ ଦ୍ୱିପହର ବୁଲେଟିନରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ ସୁପର ସାଇକ୍ଲୋନ ଏମ୍ଫନ ବୁଧବାର ଦ୍ୱିପହର କିମ୍ବା ସନ୍ଧ୍ୟା ସୁଦ୍ଧା ଲ୍ୟାଣ୍ଡଫଲ କରିବ। ସୁନ୍ଦରବନ ନିକଟବର୍ତ୍ତୀ ଅଞ୍ଚଳ ଦୀଘା ଓ ବାଂଲାଦେଶ ହଟିୟା ଦ୍ଵୀପରେ ମାଡ଼ କରିବା ସମ୍ଭାବନା ରହିଛି। ଏ ସମୟରେ ପବନର ଘଣ୍ଟା ପ୍ରତି ବେଗ ୧୫୫-୧୬୫ ରୁ ୧୮୫ କିଲୋମିଟର ତକ୍ ଛୁଇଁଁପାରେ। ଏପରିକି ବେଙ୍ଗଲ ଓ ଓଡ଼ିଶା ସମୁଦ୍ର ତଟବର୍ତି ଅଞ୍ଚଳରେ ଭାରି ପ୍ରଳୟ ଆଶଙ୍କା କରିଛି ବିଭାଗ। ବିଭାଗ ଅନୁସାରେ  ଏ ସମୟରେ ମାଟି ଘର, ପୁରୁଣା କୋଠା ଘର, ବିଜୁଳି ଓ ଟେଲିଫୋନ ଖମ୍ବ ଏବଂ ନଡ଼ିଆ ଗଛ ବି ବହୁତ ମାତ୍ରାରେ କ୍ଷତି ହେବା ସମ୍ଭାବନା ରହିଛି। ଏହା ବ୍ୟତୀତ କିଛି ସ୍ଥାନରେ ରେଳ ଓ ସଡ଼କ ପଥ ମଧ୍ୟ ପ୍ରଭାବିତ ହୋଇପାରେ।