ସୁଯୋଗ ସାମାଜିକ ଅନୁଷ୍ଠାନର ଶୁଭାରମ୍ଭ

ଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ। ଭୁବନେଶ୍ୱର ଶିବାନନ୍ଦ ଶତବାର୍ଷିକୀ ବିଦ୍ୟାଳୟ ପରିସରରେ ‘ସୁଯୋଗ ‘ ସାମାଜିକ ଅନୁଷ୍ଠାନର ଶୁଭାରମ୍ଭ ହୋଇଛି। ଋଷିକେଶର ସ୍ବାମୀ ନିର୍ଲିପ୍ତାନନ୍ଦ ମହାରାଜ, ସ୍ବାମୀ ଶିବଚିଦାନ୍ଦ, ପୁରୀ ଗଜପତିଙ୍କ ଆଶୀର୍ବାଦ ସହିତ ଏହାକୁ ଆରମ୍ଭ କରାଯାଇଛି। ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବର ଅବ୍ୟବହିତ ପୂର୍ବରୁ ଗରିବ ପରିବାରର ପିଲାଙ୍କୁ ଶିକ୍ଷା ପ୍ରଦାନ କରିବା କ୍ଷେତ୍ରରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ସୁଯୋଗ ପ୍ରୟାସ ଆରମ୍ଭ କରିଛି। ଏଥିରେ ପୋଷ୍ୟ ଛାତ୍ର ଭାବେ ୬୦ ଜଣଙ୍କୁ ଚିହ୍ନଟ କରାଯାଇଛି। ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ମାଲକାନଗିରି, ସୁନ୍ଦରଗଡ଼ ଓ କନ୍ଧମାଳର ଜଣେ ଲେଖାଏଁ ଏବଂ ଗଞ୍ଜାମର ଦୁଇ ଜଣ ଛାତ୍ରଙ୍କୁ ଏହି ବ୍ୟବସ୍ଥାରେ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଗରିବ ଓ ନିଷ୍ପେସିତଙ୍କ ଲାଗି ସବୁବେଳେ ସହଯୋଗ କରି ଆସୁଥିବା ତପନ କୁମାର ଚାନ୍ଦ ଏହି ସହାୟତା ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ସମାଜର ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସିତ କରାଯାଇଛି।
ସୁଯୋଗ ଉନ୍ମୋଚନ ଅବସରରେ ଏନଜିଓ, ଉଦ୍ୟୋଗୀ, କର୍ପୋରେଟ, ପର୍ସନାଲିଟି ଏବଂ କନସଲଟାନସ ଆଦିର ମିଳନ, ଅଭିବୃଦ୍ଧି ଏବଂ ନ୍ୟାୟ ପାଇଁ ସାମାଜିକ ଅର୍ଥନୈତିକ ଉନ୍ନତି ଆରମ୍ଭ କରିବାର ପ୍ଲାଟଫର୍ମକୁ ସ୍ଵତନ୍ତ୍ର କରି ପାରିଛି। ଏଥିରେ ରିଲାଏନସର ବରିଷ୍ଠ ଉପସଭାପତି ଚନ୍ଦ୍ରଜିତ ପତି, ଓସିଏଫ୍ ସଭାପତି ହୃଷୀକେଶ ବେହେରା, ଆଦାନୀର ଶୁଭେନ୍ଦୁ ଦାସ, କବି ଅକ୍ଷୟ ବେହେରା, ବିଶିଷ୍ଟ ସ୍ଥପତି ନମିତା ଦାସ ଏବଂ ନାଲକୋର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକ ସୁଯୋଗର ମୂଳ କମିଟିର ସଦସ୍ୟ ଅଟନ୍ତି।