ତୃତୀୟ ଦିନରେ ସୁଭଦ୍ରା ଶକ୍ତି ମେଳା: ସାମିଲ ହେଲେ ମନ୍ତ୍ରୀ ରବି ନାଏକ

ଓଡ଼ିଶାବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ I କୋଶଳ କଳା ମଣ୍ଡଳ ପଡ଼ିଆରେ ଚାଲିଛି ସୁଭଦ୍ରା ଶକ୍ତି ମେଳା I ଆଜି ତୃତୀୟ ଦିନର କାର୍ଯ୍ୟକ୍ରମ ସଭାକୁ ଉଦଘାଟନ କରିଛନ୍ତି ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ I ଏ ଅବସରର ମନ୍ତ୍ରୀ ରବି ନାଏକ କହିଥିଲେ ଯେ , ମା ହିଁ ଶିକ୍ଷା ଦାନର ପ୍ରଥମ ସୋପାନ l ବର୍ଷକୁ ଦଶ ହଜାର ଟଙ୍କା ହିସାବରେ ପାଞ୍ଚ ବର୍ଷ ମଧ୍ୟରେ ମୋଟ ପଚାଶ ହଜାର ଟଙ୍କା ଦିଆଯିବ I ନିଜ ଅଂଚଳର ଦ୍ରବ୍ୟକୁ ପ୍ରୋତ୍ସାହନ କରିବା ଏହାର ମୂଳମନ୍ତ୍ର I ତେବେ ବଲାଙ୍ଗିର ଜିନିଷ ବିଦେଶ କେମିତି ଯିବ ସେ ବାବଦରେ ସମସ୍ତେ ଚିନ୍ତା କରିବା ଦରକାର ବୋଲି କହିଥିଲେ ମନ୍ତ୍ରୀ ରବିନାରାୟଣ ନାଏକ I

ଅନ୍ୟତମ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷଣ ବାଗ ଏବଂ ଜିଲ୍ଲାପରିଷଦ ମୁଖ୍ୟ ଉନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାତ ମହାପାତ୍ର ମଂଚାସୀନ ଥିଲେ I ମା ମାନଙ୍କ ଶକ୍ତି ସୁଭଦ୍ରା ଦ୍ୱାରା ବୃଦ୍ଧି ପାଇବ ବୋଲି କହିଥିଲେ ବିଧାୟକ ଲକ୍ଷ୍ମଣ ବାଗ I କେବଳ ଏତିକି ନୁହେଁ, ସରକାର ମହିଳା ମାନଙ୍କ ଉନ୍ନତି ପାଇଁ ବଦ୍ଧ ପରିକର ବୋଲି ସେ କହିଥିଲେ I ଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାତ ମହାପାତ୍ର ଧନ୍ୟବାଦ ଦେଇଥିଲେ l