ଏନ୍ଏନ୍ ବ୍ୟୁରୋ I ବଲାଙ୍ଗିର ଜିଲ୍ଲାରେ କେଭିଙ୍କ ଜଳସେଚନ ଚିନ୍ତା I ଜିଲ୍ଲାର ଅପର ଲାନ୍ଥ୍ ଜଳସେଚନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ I ପ୍ରକଳ୍ପର ସ୍ଥିତି ଓ ଅଗ୍ରଗତି ନେଇ ସମୀକ୍ଷା କରିବା ସହ ଜମି ଅଧିଗ୍ରହଣ, ଡ୍ୟାମ ତିଆରି, ଅଫିସ କାର୍ଯ୍ୟାଳୟ ଇତ୍ୟାଦିର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି । ଏଥିସହ
ପ୍ରକଳ୍ପର ଭୌଗଳିକ ରୂପରେଖ ନେଇ ବହୁ ଉପାଦେୟ ପରାମର୍ଶ ଦେବା ସହ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟର ସଫଳ ରୂପାୟନରେ ବାଧକ ସାଜୁଥିବା ଯେକୌଣସି ସମସ୍ୟା ଉପରେ ସିଧାସଳଖ ମୋ ସହ ଆଲୋଚନା କରିପାରିବେ ବୋଲି କହିଛନ୍ତି କେଭି I
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବଲାଙ୍ଗୀର ଗସ୍ତ ସମୟରେ ଏହି ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା । ଏହି ପ୍ରକଳ୍ପ ଦ୍ୱାରା ସଂପୃକ୍ତ ଅଂଚଳରେ ଜଳସେଚନର ଅସୁବିଧା ରହିବ ନାହିଁ ଏବଂ ଏହାର ସୁଫଳ ଚାଷୀ ଭାଇଭଉଣୀ ପାଇବେ। ହେଲେ ଆସନ୍ତା ୨୦୨୭ ମସିହା ନଭେମ୍ବର ମାସ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବ ବୋଲି ଆକଳନ କରାଯାଇଛି । ସମୀକ୍ଷା ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ, ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ, ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିୱାଜୀ ଇଶଲୱାର, ଓଏଲଆଇସି ଏମଡି ଆଲୋକ କର ଓ ଜଳସମ୍ପଦ ବିଭାଗ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।
