ଛାତ୍ର ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ପରିବାର

ଅପରାଧଓଡ଼ିଶାବଡ଼ ଖବର

ଏନ୍ଏନ୍ ନ୍ୟୁଜ୍। ଜୀବନ ହାରିଲେ ଛାତ୍ର। ହେଲେ ଜଣ ପାଇଁ ଆତ୍ମହତ୍ୟା କଲେ କାରଣ ଅସ୍ପଷ୍ଟ। ସେପଟେ କିନ୍ତୁ ଏହା ଆତ୍ମହତ୍ୟା ନୁହଁ ହତ୍ୟା ଅଭିଯୋଗ କରିଛନ୍ତି ପରିବାର ଲୋକ। ମୃତ୍ୟୁର କାରଣ ଜଣା ପଡିନଥିବା ବେଳେ ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି। ପୋଲିସ ସୂଚନା ଅନୁସାରେ, ବଲାଙ୍ଗିରର ଏକ ଭଡ଼ା ଘରୁ ଜଣେ କଲେଜ୍ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ର ଜଣକ ହେଲେ ରମଣିକାନ୍ତ କ୍ଷେତି। ସେ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଯୁକ୍ତ ତିନିର ଦ୍ଵିତୀୟ ବର୍ଷ ଛାତ୍ର ଥିଲେ। ତାଙ୍କ ଘର ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଗାଁ ବୋଲି ଜଣା ପଡିଛି।

ଗତ ରାତିରେ ସେ ରହୁଥିବା ଭଡା ଘର କବାଟ ବନ୍ଦ ରହିଥିଲା। ଏନେଇ ସାଙ୍ଗମାନେ ଘର ମାଲିକ ଓ ପୋଲିସକୁ ଖବର ଦେଇଥିଲେ। ହେଲେ ପରିବାର ଲୋକ ଆସିନ ପାରିବାରୁ ରାତିରେ ମୃତଦେହ ଉଦ୍ଧାର ହୋଇ ପାରିନଥିଲା।ଆଜି ପରିବାର ଲୋକଙ୍କ ଉପସ୍ଥିତିରେ ଶବକୁ ଉଦ୍ଧାର କରିଛି ପୋଲିସ। ଏବଂ ଶବ ବ୍ୟବଚ୍ଛେଦ ପାଇଁ ଭୀମଭୋଇ ମେଡିକାଲ୍ କଲେଜକୁ ପଠାଇଛି। ଅନ୍ୟପଟେ ଛାତ୍ରଙ୍କ ପରିବାର ଏହାକୁ ହତ୍ୟା ଅଭିଯୋଗ ଆଣିଛନ୍ତି। ଯାହାକୁ ଭିତ୍ତି କରି ପୋଲିସ୍ ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ ଆରମ୍ଭ କରିଛି। ଏଥିସହ ଭଡା ଘର ମାଲିକ ଓ ସାଙ୍ଗମାନଙ୍କୁ ପୋଲିସ୍ ପଚରା ଉଚରା କରୁଥିବାର କହିଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣା ପଡ଼ିବ ବୋଲି ଏସଡିପିଓ ତୁଫାନ ବାଗ ସୂଚନା ଦେଇଛନ୍ତି।

Leave a Reply