ନୂଆଖାଇ ପାଇଁ ରୁପ ସପିଂ ମଲରୁ ଡ୍ରେସ୍ କିଣିଲେ ଆଶ୍ରମ ଛାତ୍ରଛାତ୍ରୀ

ଓଡ଼ିଶାବଡ଼ ଖବରସାହିତ୍ୟ ଓ ସଂସ୍କୃତି

ଏନ୍ଏନ୍ ବ୍ୟୁରୋ। ପାଖେଇ ଆସୁଛି ନୂଆଖାଇ। ଆଉ ଦୁଇ ଦିନ ପରେ ଧୁମଧାମରେ ପାଳିତ ହେବ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ। ଏଥିପାଇଁ ଗାଁଠୁ ସହର ସବୁଠୁ ଚଳଚଞ୍ଚଳ।ନୂଆ ଖାଇବା ପାଇଁ ଘରେ ଘରେ ପ୍ରସ୍ତୁତି ଚାଲିଥିବା ବେଳେ ନୂଆ ଜିନିଷ କିଣିବା ପାଇଁ କପଡ଼ା ଦୋକାନରେ କାହିଁରେ କେତେ ଗହଳି। ସମସ୍ତେ ନୂଆ ପୋଷାକଠୁଁ ନେଇ ନୂଆଖାଇ ପର୍ବ ପାଳନ ପାଇଁ ସଜବାଜରେ ଲାଗିଛନ୍ତି। ସେପଟେ କିନ୍ତୁ ଥିଲା ବାଲାଙ୍କ ପାଇଁ ଏହା ସହଜ ହୋଇଥିବା ବେଳେ ଗରିବ ଅସହାୟଙ୍କ ପାଇଁ ବହୁ କଷ୍ଟ ହୋଇଥାଏ।

ବଲାଙ୍ଗିର ପାର୍ବତୀ ଗିରି ବାଳ ନିକେତନ ଓ ଶିଶୁ ଯତ୍ନ ଆଶ୍ରମର କୋମଳମତି ଶିଶୁଙ୍କ ପାଇଁ ଏହି ନୂଆଖାଇ ଯେମିତି ଉତ୍ସାହ ନ କମିବ ସେନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଆଶ୍ରମର ସମସ୍ତ ଶିଶୁଙ୍କୁ ନେଇ ବଲାଙ୍ଗିରର ନାମୀଦାମୀ ରୂପ ଗେଲେକ୍ସି ସପିଂ ମଲରେ ଏମାନଙ୍କ ପାଇଁ ଡ୍ରେସ୍ କିଣା ଯାଇଛି। ଏଥିଲାଗି ଶିଶୁମାନଙ୍କୁ ବଲାଙ୍ଗିର ସିଆରପିଏଫ୍ ସହାୟତାରେ ସପିଙ୍ଗ ମଲକୁ ଅଣା ଯାଇ ସେମାନେ ନିଜ ମନ ପସନ୍ଦର ପୋଷାକ କିଣିଛନ୍ତି। ଏବଂ ଏଥିପାଇଁ ସେମାନଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି। ପ୍ରଶାସନର ଏଭଳି ପଦକ୍ଷେପକୁ ସାରା ସହରରେ ପ୍ରଶଂସା କରା ଯାଇଛି I

Leave a Reply