ନିର୍ମାଣ ଶ୍ରମିକ ଦେଶର ପ୍ରକୃତ ନିର୍ମାତା: ସିଏମ୍ ନବୀନ ପଟ୍ଟନାୟକ

ଓଡ଼ିଶାବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ନିର୍ମାଣ ଶ୍ରମିକ ଦେଶର ପ୍ରକୃତ ନିର୍ମାତା। ବିକାଶର ପ୍ରତିଟି କ୍ଷେତ୍ରରେ ସେମାନଙ୍କର ତ୍ୟାଗ ଓ ପରିଶ୍ରମ ରହିଛି। ଭୁବନେଶ୍ବରରେ ରାଜ୍ୟସ୍ତରୀୟ ନିର୍ମାଣ ସେବା ସପ୍ତାହ ଉଦ୍‌ଘାଟନ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ନିର୍ମାଣ ଶ୍ରମିକଙ୍କ କଲ୍ୟାଣ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ।ଶ୍ରମିକଙ୍କୁ ହକ୍‌ ଦେବା ପାଇଁ କାମ କରୁଛି ଓ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟରେ ୩୦ ଲକ୍ଷ ନିର୍ମାଣ ଶ୍ରମିକ ପଞ୍ଜୀକୃତ ହୋଇଥିବା ବେଳେ ସେମାନଙ୍କ କଲ୍ୟାଣ ପାଇଁ ୧୫ ଶହ କୋଟି ଟଙ୍କା ମଞ୍ଜୁର ହୋଇଛି। ଏଥିସହ ୨୨ ହଜାର ନିର୍ମାଣ ଶ୍ରମିକଙ୍କୁ ପକ୍କା ଘର ମିଳିଛି। ଅନ୍ୟ ରାଜ୍ୟରେ କାର୍ଯ୍ୟ କରୁଥିବା ଓଡ଼ିଆ ଶ୍ରମିକଙ୍କ ପାଇଁ ୫ ଶହ କୋଟି ଟଙ୍କାର କର୍ପସ୍ ଫଣ୍ଡ ଗଠନ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏ ଅବସରରେ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ପ୍ରଦାନ କରିଛନ୍ତି। ନିର୍ମାଣ ଶ୍ରମିକଙ୍କ ମେଧାବୀ ପିଲା, ମୃତ ଶ୍ରମିକଙ୍କ ପରିବାର, ପ୍ରସୂତିକାଳୀନ ସହାୟତା ଏବଂ ଝିଅ ବିବାହ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ସ୍ୱାଧୀନତା ସଂଗ୍ରାମୀ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂହ, ଶ୍ରମିକ ସଂଗଠନର ବହୁ ନେତା ଓ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ। ତାସହ ବିଭିନ୍ନ ଜିଲ୍ଲାର ୫ ହଜାରରୁ ଅଧିକ ନିର୍ମାଣ ଶ୍ରମିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Leave a Reply