ସାବୁନ ନା ସାନିଟାଇଜର ? କେଉଁଥିରେ ଧୋଇବେ ହାତ, ଜାଣନ୍ତୁ କଣ କହୁଛନ୍ତି ବୈଜ୍ଞାନିକ

ଓଡ଼ିଶାସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ। କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାବୁନରେ ବାରମ୍ବାର ହାତ ଧୋଇବା ପାଇଁ ଲୋକ ମାନଙ୍କୁ ସଚେତନ କରା ଯାଉଛି । ସତରେ କଣ ସାବୁନରେ ହାତ ଧୋଇଲେ ଭାଇରସ ମରିଯିବ ? ଏ ପ୍ରଶ୍ନର ଉତ୍ତର ପାଇବା ଆଗରୁ ଆସନ୍ତୁ ଜାଣିବା କୋରନା ଭାଇରସ ବିଷୟରେ । କୋରନା ଭାଇରସ ଅନ୍ୟ ଭାଇରସ ଭଳି ଫ୍ୟାଟରେ ତିଆରି । ଏହାର ଆକାର ଏକ ପାଣି ଫୋଟକା ପରି । ଏହାର ଆବରଣ ଫ୍ୟାଟରେ ତିଆରି ହେଇଥିବା ବେଳେ ଭିତରେ ଅନ୍ୟ ଅଂଶ ଥାଏ । ଫ୍ୟାଟର ବିଶେସତ୍ଵ ହେଲା ଏହା କୋଣସି ଜିନିଷରେ ଦ୍ରବିଭୁତ ହୁଏନି । ଏଥିପାଇଁ ଏହା ଆମର ସ୍ବାଶ ନଳୀ ଓ ରକ୍ତ ଭିତରେ ସହଜରେ ନିରାପଦରେ ରହି ବଂଶ ବିସ୍ତାର କରିପାରେ । କିନ୍ତୁ ସାବୁନ ଏକ ବହୁତ ଉପକାରି ରସାୟନ । ସାବୁନ ଅଣୁର ଗୋଟିଏ ପଟ ପାଣି ପ୍ରତି ଆକର୍ଷିତ ହେଲା ବେଳେ ଅନ୍ୟ ପଟ ଫ୍ୟାଟ ଅଣୁ ଆଡ଼କୁ ଆକର୍ଷିତ ହୋଇଥାଏ । ଏହି ଗୁଣ ଯୋଗୁଁ ସାବୁନ ଲୁଗାରୁ ମହିଳା ବାହାର କରିଥାଏ । ଏହି କାରଣ ଯୋଗୁଁ ସାବୁନ କୋରନା ଭାଇରସର ଉପର ଖୋଳପା ଯାହାକି ଫ୍ୟାଟରେ ତିଆରି ତାକୁ ଭାଙ୍ଗି ଦିଏ । ଫଳରେ କୋରନା ଭାଇରସ ମରିଯାଏ । କିନ୍ତୁ ଏହି ପ୍ରକ୍ରିୟା ପାଇଁ ଅତି କମରେ କୋଡ଼ିଏ ସେକେଣ୍ଡ ଲାଗିଥାଏ । ତେଣୁ ଆମେ ସାବୁନରେ ହାତ ଧୋଇବା ବେଳେ ଅତି କମରେ କୋଡିଏ ସେକେଣ୍ଡ ଭଲ ଭାବେ ଧୋଇବା ଉଚିତ ।

ତେବେ ବଜାରରେ ଅନେକ ବ୍ରାଣ୍ଡର ସାବୁନ ମିଳୁଛି । ଅନେକ ସାବୁନ କିଟାଣୁ ମାରିବାର ଦକ୍ଷତା ସହ ଆଉ କେହି ଚବିଶ ଘଣ୍ଟା କିଟାଣୁ ମୁକ୍ତ କରିବାର ପ୍ରତିଶୃତି ଦେଇଥାନ୍ତି । ଅନେକ ସାବୁନ ଦାମି କମ୍ପାନୀ ଦ୍ୱାରା ପ୍ରସ୍ତୁତ ଓ ଉଚ୍ଚ ଦାମରେ ବିକ୍ରି ହେଉଥିବା ବେଳେ ଆଉ ଅନେକ ସାବୁନ ସାଧରଣ କମ୍ପାନୀ ଦ୍ୱାରା ତିଆରି ଓ କମ ଦାମରେ ମିଳେ । ସାଧରଣତଃ ସବୁ ସାବୁନରେ ଏକା ଉପାଦାନ ଥାଏ । ଏହା ସୋଡିୟମ ଏସିଟେଟ କିମ୍ବା ପାମୋଲିନ ତେଲରୁ ପ୍ରସ୍ତୁତ ହୋଇଥାଏ । ତେଣୁ ବୈଜ୍ଞାନିକ ମତ ଅନୁସାରେ ପାଞ୍ଚ ଟଙ୍କାର ସାବୁନ ଓ ଶହେ ଟଙ୍କାର ସାବୁନରେ ବାସ୍ନା ଓ ସୌନ୍ଦର୍ଯ୍ୟରେ ଅଲଗା ହୋଇପାରେ କିନ୍ତୁ ସବୁ ସାବୁନର ଜୀବାଣୁ ମାରିବା କ୍ଷମତା ସମାନ। ଏପରିକି ଘରେ ବଳି ଥିବା ପୁରୁଣା ସାବୁନ ମାନଙ୍କୁ ଚକଟି ତିଆରି କରୁଥିବା ବଡ଼ ସାବୁନ ମଧ୍ୟ ଏକା ଉପଯୋଗୀ । ତେବେ ଆଉ ଗୋଟେ ପ୍ରଶ୍ନ ଉଠେ ସାବୁନ ନା ହ୍ୟାଣ୍ଡ ସାନିଟାଇଜର ? ହଁ ଭଲ ପ୍ରଶ୍ନ ଟିଏ । ସାଧରଣତଃ ସାବୁନ ଆମେ ପାଣିସହ ହାତ ଧୋଇଥାଏ ଓ ସାନିଟାଇଜର ବିନା ପାଣିରେ ଶୁଖିଲା ହାତରେ ବ୍ୟବାହର କରାଯାଏ । ଯଦି ହାତରେ ମହିଳା, ଗ୍ରୀଜ କିମ୍ବା ଅନ୍ୟ କିଛି ଜିନିଷର ଆବରଣ ଥାଏ ହ୍ୟାଣ୍ଡ ସାନିଟାଇଜର ଆବରଣ ତଳେ ଲୁଚିଥିବା ଭାଇରସକୁ ମାରି ପାରେନି । ତେଣୁ ହାତ ସାବୁନରେ ଧୋଇବା ଅଧିବ ଉଚିତ । ଅନେକ ପ୍ରଶ୍ନ କରନ୍ତି ଭାଇରସ ସଂକ୍ରମିତ ଲୋକ ହାତ ଧୋଇଥିବା ସାବୁନ ବ୍ୟବହାର କଲେ ଭାଇରସ ସଂକ୍ରମିତ ହୁଏ କି ? ନା ଏହା ହେବନି କାରଣ ସାବୁନ ସଂସ୍ପର୍ଶରେ ଆସିଲା ମାତ୍ରେ ଭାଇରସ ମରି ସାରିଥିବେ ।