ନବନୀତା ବ୍ୟୁରୋ, ଭୁବନେଶ୍ୱର। ରାଜ୍ୟରେ ୨୧ ରେ ପହଞ୍ଚିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏଣୁ ସଂକ୍ରମଣର କାରଣ ଜାଣିବା ପାଇଁ ଭୁବନେଶ୍ବର, କଟକ ଓ ଭଦ୍ରକରେ ସଟଡାଉନ୍ କରାଯାଇଥିଲା। ସଟଡାଉନ୍ ସଫଳ ହୋଇଥିବାରୁ ୩ ସହରର ପୋଲିସ କର୍ମଚାରୀଙ୍କୁ ଧନ୍ୟବାଦ୍ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ହେଲେ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ନ ଥିବା ସୂଚନା ଦେଇଛନ୍ତି ଅସିତ୍ ତ୍ରିପାଠୀ। କାରଣ ସୂର୍ଯ୍ୟନଗର ଆକ୍ରାନ୍ତ କୋଲକାତାରୁ ଫେରିଥିଲେ।
ଆଜି ରାତି ୮ ଟା ପରେ ସଟଡାଉନ୍ ଶେଷ ହେବ। ପରିବା ଓ ଗ୍ରସରୀ ଦୋକାନ ଖୋଲା ରହିବ। ହେଲେ ଅଧିକ ମାତ୍ରାରେ ଦୋକାନକୁ ଯାଇ ଭିଡ଼ ନ କରିବାକୁ କହିଛନ୍ତି ମୁଖ୍ୟ ଶାସନ ସଚିବ। ଅଯଥାରେ ବଜାରରୁ ପରିବା ଆଣୁ ଆଣୁ ନିଜ ସାଥୀରେ କରୋନା ବି ଘରକୁ ନେଇ ପାରନ୍ତି ବୋଲି କହିଛନ୍ତି ଅସିତ୍ ତ୍ରିପାଠୀ।
ଶୁଣନ୍ତୁ ସେ ଆଉ କଣ କଣ କହିଛନ୍ତି ସାମ୍ବାଦିକ ସମ୍ମିଳନୀରେ।
Press Brief #Covid19 @Secychief https://t.co/z264RqDPZn
— I & PR Department, Odisha (@IPR_Odisha) April 5, 2020
