ନବନୀତା ବ୍ୟୁରୋ। ଘନ ଘନ ବିଜୁଳି କାଟ। ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଇନ୍ କଟା ଯାଉଛି। ୨୪ ତାରିଖ ଭୁବନେଶ୍ୱର ୟୁନିଟ୍ ୯ (ଫ୍ଲାଟ୍) ଜନପଥରେ ସକାଳ ୯ ଟାରୁ ଦିନ ଗୋଟାଏ ଓ ବୋମିଖାଲ୍, କଟକ ରୋଡ ଅଞ୍ଚଳରେ ସକାଳ ୯ ଟାରୁ ୨ ଟା ଯାଏ ବିଜୁଳି କାଟ ହେବ। ସେହିପରି କଟକ ସହରର ବାଦାମବାଡ଼ିରେ ସକାଳ ୧୦ ଟାରୁ ଗୋଟାଏ ଓ ଖପୁରିଆ ଅଞ୍ଚଳରେ ସକାଳ ୧୦ ଟାରୁ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ବିଜୁଳି କାଟ କରାଯିବାକୁ ନିଷ୍ପତି ନିଆଯାଇଛି। ତେବେ ରକ୍ଷଣା ବେକ୍ଷଣ କାର୍ଯ୍ୟ ପାଇଁଁ ପର୍ଯ୍ୟାୟ କ୍ରମେ ବିଭିନ୍ନ ସ୍ଥାନରେ ଲାଇନ୍ କରାଯାଉଥିବା ସେସୁ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୨୫ ରେ ଆଉ କେଉଁ କେଉଁ ଅଞ୍ଚଳରେ ବିଜୁଳି କାଟ ହେବ ବିସ୍ତୃତ ଭାବେ ଜାଣନ୍ତୁ।

