୧୩ରୁ ବଲାଙ୍ଗିରରେ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିଅନସିପ

ଓଡ଼ିଶାଖେଳବଡ଼ ଖବର

ଏନ୍ଏନ୍ ବ୍ୟୁରୋ। ପୁଣି ବଲାଙ୍ଗିରରେ ବ୍ୟାଡମିଣ୍ଟନ ଚାମ୍ପିଅନସିପ। ଆସନ୍ତା ୧୩ ତାରିଖରୁ ପୃଥ୍ବୀରାଜ ହାଇସ୍କୁଲ ଇଣ୍ଡୋର୍ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିଅନସିପ ଅନୁଷ୍ଠିତ ହେବ। ମିନିରେ ଅଣ୍ଡର ୯ ଓ ୧୧ ବର୍ଷ, ସବ ଜୁନିଅରରେ ୧୫ ଓ ୧୭ ବର୍ଷ ବର୍ଗଙ୍କ ପାଇଁ ରାଙ୍କ ଏବଂ ସିନିୟର୍ ବର୍ଗ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆୟୋଜିତ ହେବ। ଏନେଇ ଇଣ୍ଡୋର ଷ୍ଟାଡିୟମ୍ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ବ୍ୟାଡମିଣ୍ଟନ ସଂଘର ସାଧାରଣ ସଂପାଦକ ସୁରୁଲାଲ ମଟାରି। ପ୍ରତିଯୋଗିତା ପାଇଁ ଇଣ୍ଡୋର ଷ୍ଟାଡିୟମରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖେଳାଳିଙ୍କ ରହିବା ଓ ଖାଇବା ବ୍ୟବସ୍ଥା ସହ ସମସ୍ତ ପ୍ରକାର ସୁବିଧା ସୁଯୋଗ ରହିଥିବା ସଂଘ ପକ୍ଷରୁ କୁହାଯାଇଛି।

ଦୁଇ ମାସ ଆଗରୁ ବଲାଙ୍ଗିରରେ ୧୫ ଓ ୧୭ ବର୍ଷ ବର୍ଗରେ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏବେ ପୁଣି ଆଉ ଏକ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିଅନସିପ ଆୟୋଜିତ ହେବାକୁ ଯାଉଛି। ଯେଉଁଥିରେ ୯ ଓ ୧୧ ବର୍ଗ, ୧୫ ଓ ୧୭ ବର୍ଗ ଙ୍କ ପାଇଁ ରାଙ୍କିଂ ଏବଂ ସିନିୟର୍ ବର୍ଗଙ୍କ ପାଇଁ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ହେବାକୁ ଯାଇଛି। ତେବେ ପ୍ରଥମ ଥର ଲାଗି ରାଜ୍ୟସ୍ତରୀୟ ସିନିୟର୍ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆୟୋଜିତ ହେଉଥିବାରୁ ଆୟୋଜକ ବହୁତ୍ ଖୁସ। ବାହାର ଜିଲ୍ଲାର ଖେଳାଳିଙ୍କଠାରୁ ବଲାଙ୍ଗିର ଜିଲ୍ଲାର ବ୍ୟାଡମିଣ୍ଟନ ଖେଳାଳି ଏଥିରୁ କିଛି ଶିକ୍ଷା ଲାଭ କରିବେ। ତାସହ ଅଞ୍ଚଳରେ ବ୍ୟାଡମିଣ୍ଟନ ଖେଳର ବିକାଶ ହେବ। ତେବେ ସବ ଜୁନିଅର ବର୍ଗରେ ୧୩୫ ଖେଳାଳି ଏବଂ ସିନିୟର୍ ବର୍ଗରେ ୧୯୦ ଖେଳାଳି ଅଂଶ ଗ୍ରହଣ କରିବେ ବୋଲି କହିଛନ୍ତି ସୁରୁ ଲାଲ ମଟାରି। ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବ୍ୟାଡମିଣ୍ଟନ ସଂଘର ସଭାପତି ପବିତ୍ର ବେହେରା, ଉପଦେଷ୍ଟା ବୀରେନ ମିଶ୍ର, ସଂଯୋଜକ ଦେବାଶିଷ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

Leave a Reply