ବଲାଙ୍ଗିରରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସମୀକ୍ଷା

ଓଡ଼ିଶାବଡ଼ ଖବରରାଜନୀତି

ବଲାଙ୍ଗିର, ଏନ୍ଏନ୍ ବ୍ୟୁରୋ I ବଲାଙ୍ଗିରରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସମୀକ୍ଷା I ସଦର ମହାକୁମା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଭାଗର ସମୀକ୍ଷା କରିଥିଲେ I ବୈଠକରେ ଚାଷୀ, ଦାଦନ ସମସ୍ୟା ଆଦି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଚାଷୀଙ୍କ ଆୟ, ନିଯୁକ୍ତି ତଥା ସଫଳତାକୁ ଟ୍ରାକ୍ କରିବା ସହ ଅଧିକାରୀ ଯତ୍ନବାନ ହେବାକୁ କହିଥିଲେ । ଫଳରେ ଚାଷୀ ଦାଦନ କମିବ । ଜିଲ୍ଲା ପ୍ରଶାସନ ବିଭିନ୍ନ ସମସ୍ୟା ଗୁଡିକ କ୍ଲଷ୍ଟର ତିଆରି କରି ସରକାରଙ୍କୁ ଜଣାଇବାକୁ ନିର୍ଦେଶ ଦେଇଥିଲେ l

ସେହିପରି ଧାନ କିଣା ବ୍ୟବସ୍ଥା ବାବଦରେ ପଚାରି ବୁଝିଥିଲେ I ପାନୀୟ ଜଳ ଯୋଗାଣକୁ ନେଇକି ମନ୍ତ୍ରୀ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଆରଡବ୍ଲୁଏସଏସର ନିର୍ବାହୀ ଯନ୍ତ୍ରୀଙ୍କୁ ପୁଖାନୁପୁଙ୍ଖ ପଚାରି ବୁଝିଥିଲେ I ବିଳମ୍ବ କିମ୍ବା କୌଣସି ପ୍ରକାର ଲୋକଙ୍କ ସ୍ବାର୍ଥ ବିରୋଧୀ କମରୁ ନିବୃତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ l ଆବଶ୍ୟକ ସ୍ଥଳେ ପ୍ରଧାନ ମନ୍ତ୍ରୀ ପକ୍କାଘର ସଠିକ ସର୍ଭେ କରି ତଥ୍ୟ ଦେବାକୁ କହିଥିଲେ । ସରକାର ଲୋକଙ୍କ ପାଇଁ କାମ କରୁଛି ଏବଂ ଏଥିପାଇଁ ଅଧିକାରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ I ଲୋକଙ୍କ ଦରକାର ମୁତାବକ ପ୍ରକଳ୍ପ ହେଲେ ହିଁ ସମସ୍ଯାର ସମାଧାନ ହେଇପାରିବ ବୋଲି ମନ୍ତ୍ରୀ କହିଥିଲେ।

ବୈଠକରେ ଜିଲ୍ଲାପାଳ ଗୌରୱ ଶୀୱାଜୀ ଇସଲୱାର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାତ ମହାପାତ୍ର, ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ତରଣୀ ସୁନା, ଜିଲ୍ଲା ପଞ୍ଚାୟତ ଅଧିକାରୀ ପ୍ରମୋଦ ମିଶ୍ର, କୃଷି ଅଧିକାରୀ ସୁଧାକର ନନ୍ଦ, ଉଦ୍ୟାନ କୃଷି ଉପନିର୍ଦେଶକ ପ୍ରଫୁଲ ଭଞ୍ଜ ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।