ପୁଇଁତଳା ବନ୍ୟା ବିପନ୍ନଙ୍କୁ ରିଲିଫ୍

ଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ I ବଲାଙ୍ଗିର ଜିଲ୍ଲାରେ ଲଗାଣ ବର୍ଷାରେ ସ୍ଥିତି ଅସମ୍ଭାଳ I ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବିଭିନ୍ନ ବ୍ଲକରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି I ସେହିପରି ପୁଇଁନ୍ତଲା ବ୍ଲକ ପଥର୍ଲା ପଞ୍ଚାୟତର ତାଲପାଲି ଗାଁର ବନ୍ୟାରେ ବିଚ୍ଛିନ୍ନ ହୋଇ ଯାଇଛି I ଖବର ପାଇ ପୁଇଁତଳା ବ୍ଳକ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ ଗାଁକୁ ଯାଇ ତ୍ଵରିତ ପଦକ୍ଷେପ ନେଇଥିଲେ I ଗ୍ରାମ୍ୟ ଜଳ ଯୋଗାଣ ବ୍ୟବସ୍ଥାର ମୁଖ୍ୟ ପାଇପ ଲାଇନ ମୁଖ୍ୟ ରାସ୍ତା ଉପରେ ଥିବାରୁ ତାର ପୁନଃଉଦ୍ଧାର ପାଇଁ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ସାଙ୍ଗରେ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ I ଏବଂ ସମସ୍ୟାର ସ୍ଥାୟୀ ବ୍ୟବସ୍ଥା କରିବା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ଆଦେଶ ଦେଇଥିଲେ ଅଧ୍ୟକ୍ଷ I ଏଥିସହ ମହିମୁଣ୍ଡା ପଞ୍ଚାୟତର ମହିମୁଣ୍ଡା ଗାଁରେ ବନ୍ୟା ଘେରରେ ଥିବା ଲୋକଙ୍କ ସହ ଆଲୋଚନା କରିବା ସହ ରିଲିଫ ବ୍ୟବସ୍ଥା କରିଥିଲେ I ଏଥିରେ ମହିମୁଣ୍ଡା ସରପଞ୍ଚ ରଞ୍ଜିତା ଭୋଇ ମଧ୍ୟ ଉପସ୍ଥିତ ଥିଲେ I

Leave a Reply