ପାଟଣାଗଡ ପରେ ତିଆରି ହେବ ମାୟାବିନୀ… ଏକ କଳ୍ପନା ଫିଲ୍ମ

ଓଡ଼ିଶାବଡ଼ ଖବରମନୋରଞ୍ଜନରାଜନୀତି

ନବନୀତା ବ୍ୟୁରୋ। ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ନେଇ ନିର୍ମିତ ଓଡ଼ିଆ ଫିଲ୍ମ ପାଟଣାଗଡ ଫିଲ୍ମ ବିବାଦରେ ଛନ୍ଦି ହୋଇ ଏଯାଏ ରିଲିଜ ହୋଇ ନଥିବା ବେଳେ ପୁଣି ଏକ ଚର୍ଚ୍ଚିତ ଘଟଣାକୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି ଶ୍ରୀଧର ମାର୍ଥା। ଛତିଶଗଡ ହମିରପୁରରେ ମା ଝିଅକୁ ନୃଶଂସ ହତ୍ୟା ଘଟଣାକୁ ନେଇ ନିର୍ମାଣ ହେବାକୁ ଯାଉଛି ଫିଲ୍ମ ମାୟାବିନୀ… ଏକ କଳ୍ପନା। ଫିଲ୍ମର କାହାଣୀ ଜଣେ ରାଜନେତାଙ୍କ ଲଭ୍, ସେକ୍ସ ଓ ମର୍ଡର ଘଟଣା ଉପରେ ଆଧାରିତ। ଏହି ଫିଲ୍ମ ସତ୍ୟ ଘଟଣା ଉପରେ ନିର୍ମାଣ ହେବାକୁ ଯାଉଥିବାରୁ ଏହା ବେଶ ସଫଳତା ମିଳିବ ବୋଲି ଆଶା ରଖିଛି ପ୍ରଯୋଜନା ସଂସ୍ଥା।

ଭାବେ କିଛି ଅଲଗା। କରେ କିଛି ଅଲଗା। ମୋ’ ସିନେମାରେ ଥାଏ କିଛି ସ୍ୱତନ୍ତ୍ରତା। ସେଇ ସ୍ୱତନ୍ତ୍ରତାକୁ ନେଇ ପୁଣି ଗୋଟେ ପରିକଳ୍ପନା। ବହୁ ଚର୍ଚ୍ଚିତ ଡବଲ୍‌ ମର୍ଡର ଘଟଣାକୁ ନେଇ ଶ୍ରୀଧର ମାର୍ଥା ତିଆରି କରିବାକୁ ଯାଉଛନ୍ତି ନୂଆ ଓଡ଼ିଆ ଫିଲ୍ମ ‘ମାୟାବିନୀ….ଏକ କଳ୍ପନା’। ଫିଲ୍ମର ପୋଷ୍ଟର ନିଜ ଫେସ୍‌ବୁକ୍‌ ପେଜ୍‌ରେ ସେୟାର କରିଛନ୍ତି ଶ୍ରୀଧର ମାର୍ଥା।

‘ମାୟାବିନୀ…ଏକ କଳ୍ପନା’ ଜଣେ ରାଜନେତାଙ୍କ ପ୍ରେମ କାହାଣୀକୁ ନେଇ ତିଆରି ହେବାକୁ ଯାଉଛି ଏହି ଫିଲ୍ମ୍। ପ୍ରେମ, ହତ୍ୟା ଓ ଅନିଶ୍ଚିତତାରେ ଭରପୁର ତଥା ରିଏଲ୍ ଷ୍ଟୋରୀ ଦେଖିବାକୁ ମିଳିବ ଏହି ସିନେମାରେ। ରେଞ୍ଜ ରୟାଲ୍‌ ସିନେଲାବ୍‌ ପ୍ରଡକ୍‌ସନ୍ସ ହାଉସ୍‌ରେ ନିର୍ମାଣ ଚାଲିଛି ଫିଲ୍ମ। ଶ୍ରୀଧର ମାର୍ଥା ଫିଲ୍ମ ପ୍ରଯୋଜନା କରୁଥିବା ବେଳେ ସବିନୟ ସଂଳାପ ଓ ନିର୍ଦ୍ଦେଶନା ଦେଉଛନ୍ତି। ତେବେ ଏଥିରେ ଜଣାଶୁଣା ନାୟିକାଙ୍କୁ ଲିଡ ରୋଲରେ ଦେଖିବାକୁ ମିଳିବ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଶ୍ରୀଧର ମାର୍ଥା। ତେବେ ଦେଖାଯାଉ ପାଟଣାଗଡ ଭଳି ବିବାଦରେ ଛନ୍ଦି ହେଉଛି ନା ଫିଲ୍ମ ରିଲିଜ୍ ହୋଇ ଦର୍ଶକଙ୍କୁ ଆକୃଷ୍ଟ କରି ଭରପୂର ଖୋରାକ ଯୋଗାଇଛି।

Leave a Reply