ନବୀନ ଜୟହିନ୍ଦଙ୍କୁ ଛାଡ଼ପତ୍ର ଦେଲେ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ଵାତୀ ମାଳିୱାଲ

ଦେଶ ଓ ବିଦେଶବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ଵାତୀ ମାଳିୱାଲ ପତି ନବୀନ ଜୟହିନ୍ଦଙ୍କୁ ଛାଡ଼ପତ୍ର ଦେଇଛନ୍ତି। ଏନେଇ ସ୍ଵାତୀ ଟୁଇଟ କରି ସୂଚନା ଦେଇଛନ୍ତି। ସେ ଏକ ଭାବୁକ ପୋଷ୍ଟ ଲେଖି ନିଜ ଛାଡ଼ପତ୍ର ସମ୍ପର୍କରେ ବଖାଣିଛନ୍ତି।

ସ୍ଵାତୀ ନିଜ ଟୁଇଟର ପେଜରେ ଲେଖିଛନ୍ତି ଯେ, ସବୁଠୁ ଦୁଃଖର ମୁହୂର୍ତ୍ତ ହୁଏ, ଯେତେବେଳେ ନିଜର ପରୀ କଥା ଶେଷ ହୋଇଯାଏ। ମୁ ଓ ନବୀନ ପରସ୍ପରକୁ ଛାଡ଼ପତ୍ର ଦେଇଛୁ। ହେଲେ ଦୁଇ ଜଣ ବହୁତ୍ ଭଲ ଲୋକ ଏକା ସାଥିରେ ରହି ପାରନ୍ତି ନାହିଁ। ତେଣୁ ମୁଁ ତାଙ୍କୁ ସବୁବେଳେ ମନେ ପକାଇବି ବୋଲି ଟୁଇଟରରେ ଉଲ୍ଲେଖ କରିଛନ୍ତି।