ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି। ୭୧ ତମ ଗଣତନ୍ତ୍ର ଦିବସର ଶୁଭ କାମନା ସହ ସମ୍ବୋଧନ ଆରମ୍ଭ କରିଥିଲେ। ଏଥିସହ ସରକାରଙ୍କ ଉଜ୍ୱାଲା ଯୋଜନା, ଆୟୁଷ୍ମାନ ଯୋଜନାକୁ ଉଲ୍ଲେଖ କରି କହିଥିଲେ ଯେ ଏହାର ଲାଭ ଏବେ କୋଟି କୋଟି ଦେଶବାସୀଙ୍କୁ ମିଳୁଛି। ଏଥିସହ ଇସ୍ରୋକୁ ବି ପ୍ରଶଂସା କରି କହିଛନ୍ତି ଯେ, ଆଜି ଏହାର ଉପଲବ୍ଧି ଉପରେ ଆମେ ସମସ୍ତ ଦେଶବାସୀଙ୍କୁ ବହୁତ ଗର୍ବ ଅନୁଭବ କରୁଛୁ।

୭୧ତମ ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ମୁଁ ଦେଶ ଓ ବିଦେଶରେ ବସବାସ କରୁଥିବା ସମସ୍ତ ଭାରତୀୟଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ଏଥିସିତ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି କି, ଆମ ସମସ୍ତଙ୍କୁ ଏକ ସ୍ଵାଧୀନ ଲୋକତନ୍ତ୍ରର ନାଗରିକ ଭାବେ କିଛି ଅଧିକାର ପ୍ରଦାନ କରାଯାଇଛି। ହେଲେ ସମ୍ବିଧାନ ଅନ୍ତର୍ଗତ ଆମେ ସମସ୍ତେ ଏହି ଦାୟିତ୍ଵ ବି ନେଇଛୁ କି ନ୍ୟାୟ, ସ୍ୱତନ୍ତ୍ରତା ଓ ସମାନତା ତଥା ଭାଇଚାରାର ମୌଳିକ ଲୋକତାନ୍ତ୍ରିକ ଆଦର୍ଶ ପ୍ରତି ସଦୈବ ପ୍ରତିବଦ୍ଧ ରହିବାକୁ କହିଛନ୍ତି ରାମନାଥ କୋବିନ୍ଦ।
ରାଷ୍ଟ୍ରପତି ଆହୁରି କହିଛନ୍ତି ଯେ, ଜନ କଲ୍ୟାଣ ପାଇଁ ସରକାର ଅନେକ ଅଭିଯାନ ଆରମ୍ଭ କରିଛନ୍ତି। ଏହା ବିଶେଷ ଭାବେ ଉଲ୍ଲେଖନୀୟ କୁହାଯାଉଛି ଯେ ନାଗରିକମାନେ ସ୍ଵେଛାକୃତ ଭାବେ ଏହି ଅଭିଯାନକୁ ଲୋକପ୍ରିୟ ଜନ ଆନ୍ଦୋଳନରେ ରୂପାନ୍ତରିତ ହୋଇଛି।