ବୋଲସୋନାରୋଙ୍କୁ ରାଷ୍ଟ୍ରପତି ଭବନରେ ଔପଚାରିକ ସ୍ବାଗତ, ରାଷ୍ଟ୍ରପତି ଓ ମୋଦୀଙ୍କୁ ଭେଟିଲେ

ଦେଶ ଓ ବିଦେଶବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଭାରତ ଗସ୍ତରେ ଆସିଥିବା ବ୍ରାଜିଲ ରାଷ୍ଟ୍ରପତି ଜେୟର ମେସିୟସ ବୋଲସୋନାରୋଙ୍କୁ ରାଷ୍ଟ୍ରପତି ଭବନରେ ଔପଚାରିକ ଭାବେ ସ୍ବାଗତ କରାଯାଇଛି। ଏ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ଥିଲେ। ଏହା ପୂର୍ବରୁ ସେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ସାକ୍ଷାତ କରିଥିଲେ।

ରାଷ୍ଟ୍ରପତି ଭବନରେ ଔପଚାରିକ ସ୍ବାଗତ ପରେ ବ୍ରାଜିଲ ରାଷ୍ଟ୍ରପତି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହେବ। କୁହାଯାଉଛି ଯେ, ଏହି ବୈଠକ ଉଭୟ ଦେଶ ମଧ୍ୟରେ ବ୍ୟବସାୟ, ସୈନ୍ୟ ଓ ସ୍ଵାସ୍ଥ୍ୟ ସେବା ସମ୍ପର୍କରେ ବୁଝାମଣା ପତ୍ର ସ୍ବାକ୍ଷରିତ ହେବା ସମ୍ଭାବନା ରହିଛି।

ବ୍ରାଜିଲ ରାଷ୍ଟ୍ରପତି ଜେୟର ବୋଲସୋନାରୋଙ୍କ ୪ ଦିନିଆ ଗସ୍ତ ଭାରତ ଗସ୍ତ। ଶୁକ୍ରବାର ସେ ଭାରତରେ ପହଞ୍ଚିଛନ୍ତି। ସାଧାରଣତନ୍ତ୍ର ଦିବସ ସମାରୋହରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ବ୍ରାଜିଲ ରାଷ୍ଟ୍ରପତି ପଦବୀ ଦାୟିତ୍ଵ ଗ୍ରହଣ କରିବା ପରେ ବୋଲସୋନାରୋଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ।

Leave a Reply