ନବନୀତା ବ୍ୟୁରୋ। ରାଧାଶ୍ୟାମ ଗୁରୁ ସ୍ମାରକୀ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଲାଗି ପ୍ରସ୍ତୁତି ଜୋରସୋରରେ ଚାଲିଛି। ନୂଆ ବର୍ଷ ଅବସରରେ ଜାନୁୟାରୀ ୨୦ ରୁ ୨୬ ଯାଏ ଦୀର୍ଘ ୭ ଦିନ ଧରି ଅନୁଷ୍ଠିତ ହେବ। ବଲାଙ୍ଗିର ଜିଲ୍ଲା ପୁଇନ୍ତଲା ବ୍ଲକ୍ ବିଲାଇସର୍ଡ଼ା ସ୍ଥିତ ରାଧାଶ୍ୟାମ ମିନି ଷ୍ଟାଡିଅମରେ ଏହି ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି।
ରାଧାଶ୍ୟାମ ସ୍ମାରକୀ କମିଟି ପକ୍ଷରୁ ଗତ ଦୁଇ ବର୍ଷ ହେଲା ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଆସୁଛି। ଏପରିକି ପ୍ରତିବର୍ଷ ଜାନୁୟାରୀ ୨୦ରୁ ୨୬ ତାରିଖ ମଧ୍ୟରେ ଅନୁଷ୍ଠିତ ହେବା ପାଇଁ ସ୍ଥିରୀକୃତ ମଧ୍ୟ ହୋଇଛି। ଏଥିରେ ଜିଲ୍ଲା ଓ ରାଜ୍ୟ ସ୍ତରର ମୋଟ ୮ଟି ଟିମ୍ ସାମିଲ୍ ହେଉଛନ୍ତି।
ଫୁଟବଲ ଖେଳ ସହ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଧେଶ୍ୟରେ ରାଧାଶ୍ୟାମ ସ୍ମାରକୀ କମିଟି ପକ୍ଷରୁ ପ୍ରତିବର୍ଷ ଏହି ପ୍ରତିଯୋଗିତା ଆୟୋଜିତ ହେଉଛି। ଏ ଅବସରରେ ବିଲାଇସର୍ଡା ଫୁଟବଲ ଟିମର ୧୫ ଜଣ ବେଷ୍ଟ ପ୍ଲେୟାରଙ୍କୁ ସମ୍ବର୍ଦ୍ଧିତ କରାଯାଉଛି। ଚଳିତ ବର୍ଷ ସେକେଣ୍ଡ ବ୍ୟାଚ୍ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରାଯିବା କାର୍ଯ୍ୟକ୍ରମ ରହିଛି। ମୁଖ୍ୟ ଆୟୋଜକ ତଥା ଯୁବ ନେତା ଓ ସମାଜସେବୀ ଭରତ ଭୂଷଣ ପ୍ରଧାନଙ୍କ ତତ୍ତ୍ଵାବଧାନରେ ପ୍ରତିଯୋଗିତା ଆୟୋଜିତ ହେଉଛି। କମିଟି ସଭାପତି ନିଳକଣ୍ଠ ପାଧନ, ସମ୍ପାଦକ ମଧୁସୂଦନ ପ୍ରଧାନ, କୋଷାଧ୍ୟକ୍ଷ ଗଦାଧର ବିଶ୍ଵାଳ, ପୂର୍ବତନ ସରପଂଚ ପ୍ରସନ୍ନ କୁମାର ବିଶ୍ବାଳଙ୍କ ସହ ଗାଁର ପୁରୁଣା ଫୁଟବଲ ଖେଳାଳି, ବୁଦ୍ଧିଜୀବୀମାନେ ଏହି ପ୍ରତିଯୋଗିତାରେ ସହଯୋଗ କରିଥାନ୍ତି।
