ସୁପର ସନଡେ ମହାମୁକାବିଲା: ଇଣ୍ଡିଜଠାରୁ କ୍ରମାଗତ ୧୦ମ ସିରିଜ ଜିତିବା ପାଇଁ ଓହ୍ଲାଇବ ଇଣ୍ଡିଆ

ଓଡ଼ିଶାଖେଳଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ସୁପର ସନଡେରେ ସୁପର ମହାମୂକାବିଲା। ଉଭୟ ଇଣ୍ଡିଜ ଓ ଇଣ୍ଡିଆ ପାଇଁ ନିର୍ଣ୍ଣାୟକ ମ୍ୟାଚ୍। ବିଜୟୀ ଟିମ୍ ସିରିଜ କବଜା କରିବ। ତେଣୁ ଏହି ମ୍ୟାଚ ଖୁବ୍ ରୋମାଞ୍ଚକର ହେବା ଆଶା କରାଯାଉଛି।

ତେବେ ଭାରତ ଏହି ମ୍ୟାଚ ଜିତିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବ। କାରଣ ମ୍ୟାଚ୍ ଜିତିଲେ ଭାରତ କ୍ରମାଗତ ଭାବେ ଇଣ୍ଡିଜଠାରୁ ୧୦ମ ଥର ସିରିଜ ବିଜୟୀ ରେକର୍ଡ ସୃଷ୍ଟି ହେବ। ସେପଟେ ଇଣ୍ଡିଜ୍ ଟିମ୍ ଚେଷ୍ଟା କରିବ ଯେ ୧୩ ବର୍ଷ ପରେ ଭାରତଠାରୁ ଦ୍ଵିପାକ୍ଷୀୟ ସିରିଜ କବଜା କରିବା ପାଇଁ। ମାର୍ଚ୍ଚରେ ଅଷ୍ଟ୍ରେଲିଆଠାରୁ ଦ୍ୱିପାକ୍ଷିୟ ସିରିଜ ହାରି ଟିମ୍ ଇଣ୍ଡିଆ ଗତ ୧୫ ବର୍ଷ ମଧ୍ୟରେ ଲଗାତାର ଦୁଇଟି ଦ୍ୱିପାକ୍ଷିୟ ସିରିଜ ହାରି ନି।

ଚେନ୍ନାଇରେ ଖେଳା ଯାଇଥିବା ପ୍ରଥମ ଦିନିକଆ ମ୍ୟାଚରେ ୱେଷ୍ଟ ଇଣ୍ଡିଜ ଭାରତକୁ ୮ ୱିକେଟରେ ପରାସ୍ତ କରିଥିଲା। ହେଲେ ବିଶାଖାପାଟଣା ମ୍ୟାଚରେ ଭାରତ ୧୦୭ ରନରେ ପରାସ୍ତ କରି ବଦଳା ନେଇଥିଲା। ହେଲେ ଅଧିନାୟକ ବିରାଟ କୋହଲି ଖାତା ବି ଖୋଲି ପାରିନଥିଲେ। ଶୀର୍ଷ କ୍ରମ ବ୍ୟାଟ୍ସମ୍ୟାନ୍ ସାନଦାର ପ୍ରଦର୍ଶନ କରିଥିବା ବେଳେ ବଲର କୁଲଦୀପ ଯାଦବ ହାଟ୍ରିକ ନେଇଥିଲେ। ଏବଂ ଭାରତ ଦ୍ବିତୀୟ ମ୍ୟାଚ ୧୦୭ ରନରେ ଇଣ୍ଡିଜକୁ ପରାସ୍ତ କରିଥିଲା।

ତେବେ ବାରବାଟୀ ମୁକାବିଲା ନିର୍ଣ୍ଣାୟକ ମ୍ୟାଚ୍ ହୋଇଥିବାରୁ ଉଭୟ ଦଳ ଜିତିବା ପାଇଁ ଉଦ୍ୟମ କରିବେ। ବାରବାଟୀରେ କୋହଲିଙ୍କ ଭଲ ରେକର୍ଡ ନଥିଲେ ବି ଆଜିର ମ୍ୟାଚରେ ଭଲ ପ୍ରଦର୍ଶନ ନେଇ ଦର୍ଶକ ଆଶା ରଖିଛନ୍ତି।