ଟିମ୍ ଇଣ୍ଡିଆ ପାଇଁ ଖତରା, ୯ ବର୍ଷରେ ଶତକ କରି ପାରି ନାହାନ୍ତି ରୋହିତ ଓ ବିରାଟ

ଓଡ଼ିଶାଖେଳଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ଭାରତ ଓ ୱେଷ୍ଟ ଇଣ୍ଡିଜ୍ ମଧ୍ୟରେ କଟକରେ ତିନି ଦିନିଆ ମ୍ୟାଚର ନିର୍ଣ୍ଣାୟକ ମ୍ୟାଚ୍ ଖେଳା ଯାଉଛି। ଏହା ସିରିଜର ନିର୍ଣ୍ଣାୟକ ମୁକାବିଲା, ଯିଏ ମ୍ୟାଚ୍ ଜିତିବ ସିଏ ସିରିଜ କବଜା କରିବ। ତେବେ ଗତ ୧୩ ବର୍ଷରେ ଇଣ୍ଡିଜ ବିପକ୍ଷ କୌଣସି ଦ୍ୱିପାକ୍ଷିୟ ସିରିଜରେ ହାରି ନି ଭାରତ। ଅନ୍ୟପଟେ ଗତ ୯ ବର୍ଷ ମଧ୍ୟରେ ଚଳିତ ବର୍ଷର ଶେଷ ମୁକାବିଲାରେ ଅଧିନାୟକ କୋହଲି ଓ ରୋହିତ ଶର୍ମାଙ୍କ ରେକର୍ଡ଼ ବହୁତ୍ ଖରାପ ରହିଛି।

ଭାରତୀୟ ଦଳର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଓ ମିଡ଼ିଲ କ୍ରମରେ ବିରାଟ କୋହଲି ଉପରେ ନିର୍ଭର କରେ। ରୋହିତ ପ୍ରାରମ୍ଭିକ ପର୍ଯ୍ୟାୟରେ ଟିମ ଲାଗି ଧମାକେଦାର୍ ପ୍ରଦର୍ଶନ କରୁଥିବା ବେଳେ କୋହଲି ପାରିକୁ ବିଶାଲ ଲକ୍ଷ୍ୟ ଯାଏ ପହଞ୍ଚାଇ ଥାନ୍ତି। ହେଲେ ଗତ ୯ ବର୍ଷ ମଧ୍ୟରେ ରୋହିତ ଓ ବିରାଟ ନିର୍ଣ୍ଣାୟକ ମୁକାବିଲାରେ ପ୍ରଦର୍ଶନ ନୈରାଶ୍ୟଜଣକ ରହିଛି।

ନିର୍ଣ୍ଣାୟକ ମ୍ୟାଚରେ ରୋହିତ ଓ ବିରାଟଙ୍କ ରେକର୍ଡ

ଗତ ୯ ବର୍ଷ ମଧ୍ୟରେ ଉଭୟ ନିର୍ଣ୍ଣାୟକ ମୁକାବିଲାରେ ସେଭଳି ଭଲ ପ୍ରଦର୍ଶନ କରିନଥିବା ସହ ରେକର୍ଡ ଠିକ୍ ନାହିଁ। ୨୦୧୦ ମସିହାରେ କୋହଲି ୨ ରନ୍ କରିଥିବା ବେଳେ ରୋହିତ ୪୪ ରନ୍ କରିଥିଲେ। ୨୦୧୧ରେ ବିରାଟ ୦ ରନ୍ କରିଥିବା ବେଳେ ରୋହିତ ୨୧ ରନ୍ କରି ଆଉଟ୍ ହୋଇଥିଲେ। ସେହିପରି ପରବର୍ତ୍ତୀ ବର୍ଷ ୨୦୧୨ରେ ବିରାଟ ୦ ରନ୍ କରିଥିବା ବେଳେ ରୋହିତ କେବଳ ୪ ରନ୍ କରି ପାରିଥିଲେ।

୨୦୧୩ ରେ ବିରାଟ ୧୧ ରନ୍ କରିଥିଲେ, ହେଲେ ରୋହିତ ୨୫ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ। ୨୦୧୪ରେ ବିରାଟ ୫୪ ରନ୍ କରିଥିବା ବେଳେ ରୋହିତ ୦ ରେ ଆଉଟ୍ ହୋଇଥିଲେ। ୨୦୧୫ରେ ବିରାଟ ୮୮ ରନ୍ କରିଥିଲେ, ହେଲେ ରୋହିତ ଖାତା ଖୋଲି ପାରିନଥିଲେ। ୨୦୧୬ରେ ବିରାଟ ୧୫ ରନ୍ କରିଥିବା ବେଳେ ରୋହିତ ୭୦ ରନ୍ କରିଥିଲେ। ସେହିପରି ୨୦୧୭ରେ ବିରାଟ ୧୭ ରନ୍ ଓ ରୋହିତ ୨୭ ରନ୍ କରି ଆଉଟ୍ ହୋଇଥିଲେ। ତେବେ ଗତ ବର୍ଷ ବିରାଟ ଖାତା ଖୋଲି ପାରିନଥିବା ବେଳେ ରୋହିତ ୫ ରନ୍ କରିବାକୁ ସକ୍ଷମ ହୋଇଥିଲେ।

ହେଲେ ଭାରତ ଓ ଇଣ୍ଡିଜ ମଧ୍ୟରେ ଏବେ ଯାଏ ୪ ଥର ସିରିଜର ନିଷ୍ପତି ଶେଷ ମ୍ୟାଚରେ ହୋଇଛି। ସେଥି ମଧ୍ୟରୁ ଭାରତ ଦୁଇ ଥର ଓ ଇଣ୍ଡିଜ ଦୁଇ ଥର ସିରିଜ ଜିତିଛନ୍ତି ।ତେବେ ଆଜିର ମୁକାବିଲାର ବିଜୟୀ ଟିମ୍ ରେକର୍ଡ଼ ନିଜ ନାମରେ କରିବ।