ୟୁଗାଣ୍ଡା ପାରା ବ୍ୟାଡମିଂଟନରେ ପ୍ରମୋଦ ଭଗତଙ୍କୁ ଡବଲ ସ୍ୱର୍ଣ୍ଣ ପଦକ

ଖେଳ

ଭୁବନେଶ୍ୱର: ପାରା ଆଥଲେଟସ ପ୍ରମୋଦ ଭଗତଙ୍କୁ ସଫଳତା । ୟୁଗାଣ୍ଡା ପାରା ବ୍ୟାଡମିଂଟନ ପ୍ରତିଯୋଗିତାରେ ପ୍ରମୋଦ ଭଗତଙ୍କୁ ଡବଲ ସ୍ୱର୍ଣ୍ଣ ପଦକ ମିଳିଛି । ସିଂଗଲସ ଫାଇନାଲର ପ୍ରଥମ ସେଟରେ ପ୍ରମୋଦ ଓ ବିକ୍ରମ କୁମାରଙ୍କ ମଧ୍ୟରେ ସଂଘର୍ଷପୂର୍ଣ୍ଣ ଖେଳ ହୋଇଥିଲା । ଶେଷରେ ୨୪-୨୨ ସେଟରେ ପ୍ରମୋଦ ବିକ୍ରମଙ୍କୁ ପରାସ୍ତ କରିଥିଲେ । ଏହାପରେ ପୁଣି ଦ୍ୱିତୀୟ ସେଟରେ ୨୧-୧୦ରେ ଉମେଶଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ପ୍ରମୋଦ ।

ସେହିପରି ଡବଲସ ଫାଇନାଲରେ ପ୍ରମୋଦ ମନୋଜ ସରକାର ଯେ।।ଡ଼ି ୨୧-୧୩, ୨୧-୧୧ ସେଟରେ ଫ୍ରାନସ ଯୋଡ଼ି ଗ୍ୟାଲି ଗୁଲଲାଭମୀ ମ୍ୟାଥୁ ଥୋମାସଙ୍କୁ ହରାଇ ସୂର୍ଣ୍ଣ ପଦକ ଜିତିଛନ୍ତି । ପ୍ରମୋଦ କ୍ରମାଗତ ଭାବେ ସିଂଗଲସରେ ୭ଟି ସ୍ୱର୍ଣ୍ଣ ପଦକ ଜିଣିବା ସହ ୱାଲଡ୍ ୧ ନମ୍ବର ବଜାୟ ରଖିଛନ୍ତି । ସେହିପରି ୪ ବର୍ଷ ପରେ ଅନ୍ତଜାର୍ତୀୟ ଟୁର୍ଣ୍ଣାମେଂଟରେ ଡବଲସରେ ପ୍ରମୋଦଙ୍କୁ ଏହି ଗୋଲଡ ମେଡାଲ ମିଲିଛି ।

ୟୁଗାଣ୍ଡାରେ ଡବଲ ଗୋଲଡ ମେଡାଲ ପରେ ପ୍ରମୋଦ ନିଜ ପ୍ରତିକ୍ରିୟାରେ କହିଛନ୍ତି, ସେ ଏବେ ସଫଳତାର ସିଢ଼ି ଚଢ଼ିବା ଆରମ୍ଭ କରିଛନ୍ତି । ମୋର ସ୍ୱପ୍ନ, ପାରା ଅଲିମ୍ପିକସରେ ଦେଶ ଓ ଓଡ଼ିଶା ରାଜ୍ୟ ପାଇଁ ପଦକ ଆଣିବା । ଏଥିପାଇଁ କୋଚ, ପରିବାର, ଅପିସ କର୍ମଚାରୀ ଓ ସାମ୍ବାଦିକଙ୍କ ଅବଦାନ ଅତୁଳନୀୟ ବୋଲି ସେ କହିଛନ୍ତି । ଗତ ୨୩ରୁ ୨୮ ତାରିଖ ଯାଏ ୟୁଗାଣ୍ଡା କାଂପଲା ସହରର ଲୁଗୋଗୋ ଇଣ୍ଡୋର ଷ୍ଟାଡ଼ିୟମରେ ଆୟୋଜିତ ପାରା ବ୍ୟାଡମିଂଟନ ପ୍ରତିଯୋଗିତାରେ ବିଭିନ୍ନ ଦେଶର ୧୮୦ ଖେଳାଳି ସାମିଲ ହୋଇଥିଲେ । ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ପ୍ରମୋଦ ଅଂଶ ଗ୍ରହଣ କରି ୨ଟି ଗୋଲଡ ମେଡାଲ ହାତେଇବାରେ ସଫଳ ହୋଇଛନ୍ତି ।

ଏହା ପୂର୍ବରୁ ୨୦୧୭ରେ କୋରିଆ ୱାଲର୍ଡ ପାରା ଚାଂପିଅନସିପରେ ବ୍ରୋଂଜ ପଦକ ହାସଲ କରିଥିଲେ । ସେହିପରି ୨୦୧୬ରେ ବେଂଜି ଏସିଆନ ପାରା ବ୍ୟାଡମିଂଟନ ଚାଂପିଅନସିପରେ ସିଙ୍ଗଲସ ଓ ଡବଲସରେ ବ୍ରୋଂଜ ପଦକ ପାଇଥିଲେ । ୨୦୧୫ରେ ଇଂଲଣ୍ଡ ପାରା ବ୍ୟାଡମିଂଟନ ୱାଲର୍ଡ ଚାଂପିଅନସିପ ଡବଲର୍ସରେ ସ୍ୱର୍ଣ୍ଣ ଓ ସିଙ୍ଗଲସରେ ରୌପ୍ୟ ପଦକ ପାଇଥିଲେ ପ୍ରମୋଦ ।

Leave a Reply