ଭଦ୍ରକରେ କରାଳ ରୂପ ଧାରଣ କରିଛି ବିଷାକ୍ତ ମଦ, ୧୦ ଜଣଙ୍କ ଜୀବନ ହାନି, ୮୭ ଜଣ ଅସୁସ୍ଥ

ଓଡ଼ିଶାବଡ଼ ଖବର

ଭୁବନେଶ୍ୱର (ନବ୍ୟୁ) : ଭଦ୍ରକରେ କରାଳ ରୂପ ଧାରଣ କରିଛି ବିଷାକ୍ତ ମଦ । ବିଷାକ୍ତ ମଦ ପିଇ ଏଯାଏ ୧୦ ଜଣଙ୍କ ଜୀବନ ହାନି ହୋଇଥିବା ଜଣାପଡିଛି । ଏଥିସହ ୮୭ ଜଣ ଅସୁସ୍ଥ ହୋଇଛନ୍ତି । ମୃତ ବ୍ୟକ୍ତିମାନେ ହେଲେ ସାଧୁଚରଣ ନାୟକ, ସର୍ବେଶ୍ୱର ଦାସ, ରାମଚନ୍ଦ୍ର ପଢ଼ିଆରୀ, ଶଙ୍କର୍ଷଣ ପରିଡ଼ା, ମନୋଜ ମହାନ୍ତି, କୃଷ୍ଣଚନ୍ଦ୍ର ନାୟକ ଓ ବାଇଧର ନାୟକ । ଗୁରୁତର ଅନ୍ୟମାନଙ୍କୁ ଭଦ୍ରକ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ।
ତେବେ ମୃତକଙ୍କ ମଧ୍ୟରୁ ଜଣଙ୍କର ଗାଁରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ମାନଙ୍କ ମେଡ଼ିକାଲରେ ମୃତ୍ୟୁ ହୋଇଛି । ଅନ୍ୟ ଜଣେ କଟକକୁ ନେବା ବାଟରେ ମୃତ୍ୟୁ ଘଟିଛି । ହେଲେ ଅସୁସ୍ଥଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି ।
ସୋମବାର ରାତିରେ ତିହିଡି ବ୍ଲକ ଦଉଲତପୁର ଗାଁର ଅନେକ ଲୋକ ମଦ ପିଇଥିଲେ । ହେଲେ ମଂଗଳବାର ଭୋରରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା । ଏଥିସହ ଅନେକ ଲୋକ ଅସୁସ୍ଥ ହୋଇ ପଡିଥିଲେ । ପରେ ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁ ଘଟି ମୃତ୍ୟୁ ସଂଖ୍ୟା ୧୦କୁ ଛୁଇଁଥିବା ବେଳେ ୮୭ ଜଣ ଅସୁସ୍ଥ ହୋଇଛନ୍ତି । ତେବେ ଏ ଘଟଣାର ପ୍ରତିବାଦରେ ସ୍ଥାନୀୟ ଲୋକେ ପିରହାଟ ବଜାରର ଭଦ୍ରକ ଚାନ୍ଦବାଲି ରାସ୍ତାକୁ ଅବରୋଧ କରିଥିବା ଜଣା ପଡିଛି ।
ସେପଟେ ମଦ ମୃତ୍ୟୁ ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ଅବକାରୀ ସଚିବ ନିକୁଞ୍ଜ ଧଳ । ଏନେଇ ଉଚ୍ଚସରୀୟ ତଦନ୍ତ ହେବ ବୋଲି ସେ କହିଛନ୍ତି । ରାଜସ୍ୱ, ସ୍ୱାସ୍ଥ୍ୟ ଓ ପୋଲିିସ ଏହି ୩ଟି ବିଭାଗ ମିଳିତ ଭାବରେ ଘଟଣାର ତଦନ୍ତ କରିବେ ବୋଲି ସେ କହିଛନ୍ତି । ନିର୍ବାଚନ ଦିନ ମଦମୃତ୍ୟୁ ଘଟଣା ଘଟିଥିବାରୁ ଏହାକୁ ଗୁରୁତ୍ୱର ସହ ନିଆଯାଉଛି ବୋଲି ସଚିବ କହିଛନ୍ତି । ବିଶେଷକରି ନିର୍ବାଚନର ୪୮ ଘଂଟା ପୂର୍ବରୁ ମଦ ଦୋକାନ ବନ୍ଦ ରୁହେ । ହେଲେ ମଦ କେଉଁଠାରୁ ଆସିଛି ତାହା ବୋତଲର ସିଲ୍ ଦେଖିଲେ ଜଣା ପଡିବ । ପ୍ରାଥମିକ ହିସାବରେ ତଦନ୍ତରେ ଦୋଷୀ ଚିହ୍ନଟ ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅବକାରୀ ସଚିବ କହିଛନ୍ତି ।

Leave a Reply