ମହାରାଷ୍ଟ୍ର ଗଡ଼ଚିରୋଲିରେ ପୁଣି ପୋଲିସ ଗାଡ଼ି ଉପରକୁ ଟାର୍ଗେଟ କଲେ ମାଓବାଦୀ, ଆଇଇଡ଼ି ବ୍ଲାଷ୍ଟରେ ୧୫ ଯବାନ ସମେତ ୧୬ ଜଣଙ୍କ ମୃତ୍ୟୁ

ଦେଶ ଓ ବିଦେଶବଡ଼ ଖବର

ଭୁବନେଶ୍ୱର (ନବ୍ୟୁ): ପୁଣି ପୋଲିସ ଗାଡ଼ି ଉପରକୁ ଟାର୍ଗେଟ କଲେ ମାଓବାଦୀ । ଆଇଇଡି ବ୍ଲାଷ୍ଟରେ ୧୫ ଯବାନଙ୍କ ସମେତ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମହାରାଷ୍ଟ୍ରର ଗଡଚିରୋଲିରେ ଏଭଳି ଅମାନବୀୟ ଘଟଣା ଘଟାଇଛନ୍ତି ମାଓବାଦୀ । ଏନେଇ ସୂଚନା ଦେଇଛନ୍ତି ମହରାଷ୍ଟ୍ର ଆଇଜି । ଯେଉଁ ପୋଲିସ ଗାଡ଼ିକୁ ମାଓ ନିସାନା କରିଛନ୍ତି ସେଥିରେ ମୋଟ ୧୬ ସୁରକ୍ଷାକର୍ମୀ ଯାତ୍ରା କରୁଥିଲେ ।
ପ୍ରାଥମିକ ସୂଚନା ଅନୁସାରେ ଘଟଣାରେ ପ୍ରଥମେ ୧୦ ଯବାନ ଆହତ ହୋଇଥିଲେ । ଏବଂ ବ୍ଲାଷ୍ଟରେ ଗାଡ଼ି ସଂପୂର୍ଣ୍ଣ ଚୁରମାର ହୋଇଯାଇଛି । ଏହି ଘଟଣା ପରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ମଧ୍ୟ ଜଣାପଡ଼ିଛି ।
ମାଓ ହମଲା ପରେ ଡିଜିପି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆମେ ପୁରା ପ୍ରସ୍ତୁତ ଅଛୁ ଏବଂ ମାଓବାଦୀଙ୍କୁ ଉଚିତ ଜବାବ ଦେବୁ । ସେ କହିଛନ୍ତି ଯେ, ଆମେ ନିଜର ପକ୍ଷରୁ ସଂପୂର୍ଣ୍ଣ ପ୍ରୟାସ କରିବା ଯେମିତି ଏଭଳି ଘଟଣାର ଆଉ ପୁନରାବୃତ୍ତି ନ ହେବ ।
ମହାରାଷ୍ଟ୍ରର ମନ୍ତ୍ରୀ ସୁଧୀର ମୁଂଗଟିୱାର ମଧ୍ୟ ମାଓ ହମଲା ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏହି ଘଟଣାରେ ୧୫ ଯବାନ ସହିଦ ହେବା ସହ ଜଣେ ଡ୍ରାଇଭରର ମଧ୍ୟ ମୃତ୍ୟୁ ହୋଇଛି । ଯବାନଙ୍କ ଗାଡିରେ ୧୫ ଯବାନ ସହ ଜଣେ ଡ୍ରାଇଭର ଥିଲେ । କୁହାଯାଉଛି କି, ମହାରାଷ୍ଟ୍ରରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ହେଉଥିବାରୁ ନକ୍ସଲ ଭଟକି ଯାଇଛନ୍ତି । ଏହି କାରଣରୁ ମାଓବାଦୀମାନେ ଆଇଇଡି ଧମାକା କରିଥିବା ଚର୍ଚ୍ଚା ହେଉଛି ।
ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଓ ହମଲାକୁ ଦୃଢ଼ ନିନ୍ଦା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି କରିଛନ୍ତି ଯେ, ମହାରାଷ୍ଟ୍ରର ଗଢଚିରୋଲିରେ ଆମର ସୁରକ୍ଷାକର୍ମୀଙ୍କ ଉପରେ ହୋଇଥିବା ଭୀରୁତା ଆକ୍ରମଣକୁ କଡ଼ା ନିନ୍ଦା କରୁଛି । ସହିଦ ହୋଇଥିବା ସମସ୍ତ ସୁରକ୍ଷାକର୍ମୀଙ୍କୁ ସଲାମ କରିବା ସହ ସେମାନଙ୍କ ବଳିଦାନ କେବେ ବି ଭୁଲି ହେବେ ନାହିଁ ବୋଲି ମୋଦି ଟ୍ୱିଟରରେ ଜଣାଇଛନ୍ତି । ଏଥିସହ ସହିଦ ଯବାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଘଟଣା ଘଟାଇଥିବା ଉଚିତ ଜବାବ ଦିଆଯିବ ବୋଲି ମୋଦି କହିଛନ୍ତି ।
ଏହା ପୂର୍ବରୁ ବୁଧବାର ସକାଳ ସମୟରେ ଗଢଚିରୋଲିରେ ମାଓବାଦୀମାନେ ଏକ ବଡ଼ଧରଣର ଆକ୍ରମଣ କରିଥିଲେ । କୁରଖେଡାରେ ରାସ୍ତା ନିର୍ମାଣ କାମରେ ନିୟୋଜିତ ୨୭ ମେସିନକୁ ନିଆଁ ଲଗାଇ ଜାଳି ଦେଇଥିଲେ । ବିଶେଷ କରି ବିକାଶ କାମରେ ବାଧା ସୃଷ୍ଟି ଲାଗି ନକ୍ସଳମାନେ ଅହରହ ଉଦ୍ୟମ ଚଳାଇଛନ୍ତି । କେବଳ ଏତିକି ନୁହେଁ ଏହା ପୂର୍ବରୁ ଗତ ଜାନୁୟାରୀ ମାସରେ ମଧ୍ୟ ମାଓବାଦୀମାନେ କିଛି ଗାଡ଼ିକୁ ଟାର୍ଗେଟ କରିିଥିଲେ । କୁରଖେଡା, କୋରଚି ଏବଂ ପୌଡଗାଁରେ ଅନେକ ଗାଡ଼ିରେ ନିଆଁ ଲଗାଇ ପୋଡ଼ି ଦେଇଥିଲେ ।
ସେପଟେ ୨୦୧୮ ୨୫ ଏପ୍ରିଲରେ ସୁରକ୍ଷାକର୍ମୀ ଗୁଳିରେ ୩୭ ନକ୍ସଲ ନିହତ ହୋଇଥିଲେ ।

Leave a Reply