ଘର ବାହାରେ ଦୂରେ ବସି ଖାଉଥିବା ପୋଲିସ କର୍ମୀଙ୍କ ଫଟୋ ଭାଇରାଲ୍

ଦେଶ ଓ ବିଦେଶବଡ଼ ଖବରସୋସିଆଲ ମେଡିଆ

ନବନୀତା ବ୍ୟୁରୋ,ଭୁବନେଶ୍ୱର। ଦେଶରେ କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ କିଛି ଭଲ ଖବର ମଧ୍ୟ ଆସୁଛି। ଡାକ୍ତର, ନର୍ସ ବ୍ୟତୀତ ପୋଲିସ ବିଭାଗ କର୍ମଚାରୀ ବି ନିଜ କର୍ତ୍ତବ୍ୟ ସଠିକ୍ ଭାବରେ ପାଳନ କରୁଛନ୍ତି। ଏବେ ଇନ୍ଦୋରରେ ଜଣେ ପୋଲିସ କର୍ମୀଙ୍କ ଫଟୋ ସୋଶାଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି।


ଇଏ ହେଉଛନ୍ତି ଇନ୍ଦୋର ତୁଫେଗଞ୍ଜ ଥାନାର ଟିଆଇ ନିର୍ମଳ ଶ୍ରୀବାସ୍। ଭାଇରାଲ୍ ହେଉଥିବା ଫଟୋରେ ସାଫ୍ ଦେଖା ଯାଉଛି କି ତାଙ୍କ ଝିଅ ଘର ଦ୍ବାରବନ୍ଧ ନିକଟରେ ଛିଡ଼ା ହୋଇଛି। ସେତେବେଳେ ଟିଆଇ ନିର୍ମଳ ଶ୍ରୀବାସ୍ ଘର ବାହାରେ ଦୂରେ ବସି ଖାନା ଖାଉଥିବା ଦେଖିବାକୁ ମିଳୁଛି। ସେ ସେଠି ବସି ନିଜ ଝିଅକୁ ଦେଖୁଛନ୍ତି।
ଶ୍ରୀବାସଙ୍କ ଏହି ଫଟୋ ସୋଶାଲ ମିଡ଼ିଆରେ ଜୋର୍ ସୋର୍ ଭାଇରାଲ୍ ହେଉଛି। ଲୋକେ ତାଙ୍କୁ କାଫି ପ୍ରଶଂସା କରୁଛନ୍ତି। କେବଳ ଏତିକି ନୁହେଁ, ଅଯୋଧ୍ୟାର ଏସଏସପି ଆଶିଷ ତିୱାରୀ ମଧ୍ୟ ଶ୍ରୀବାସଙ୍କ ଫଟୋକୁ ଟୁଇଟରରେ ଶେୟାର କରିଛନ୍ତି।


ସୂଚନାଯୋଗ୍ୟ ଯେ,ଏହା ପୂର୍ବରୁ ଭୋପାଳରେ ଏହିଭଳି ଏକ ଫଟୋ ନଜରକୁ ଆସିଥିଲା। କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଜଣେ ଡାକ୍ତର ଘର ବାହାରେ ବସି ଚା ପିଉଥିବା ନଜରକୁ ଆସିଥିଲା। ତାଙ୍କ ଫଟୋ ମଧ୍ୟ ବହୁତ୍ ଭାଇରାଲ୍ ହୋଇଥିଲା।

Leave a Reply