ଆତଙ୍କବାଦ ବିରୋଧରେ ସବୁ ରାଷ୍ଟ୍ର ଏକ ହୋଇ ଲଢ଼େଇ କରିବାକୁ ମୋଦିଙ୍କ ଆହ୍ୱାନ

ଦେଶ ଓ ବିଦେଶରାଜନୀତି

ଦିଲ୍ଲୀ/ଭୁବନେଶ୍ୱର: ଆତଙ୍କବାଦ ମାନବଜାତି ପାଇଁ ଘୋର ବିପଦ । ତେଣୁ ଏହା ବିରୋଧରେ ସବୁ ରାଷ୍ଟ ଏକ ହୋଇ ଲଢ଼େଇ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆତଙ୍କବାଦ ମାନବିକତା ଓ ମାନବ ସମାଜ ପ୍ରତି ଘୋର ବିପଦ । ଏହା କେବଳ ନିରୀହ ଲୋକଙ୍କୁ ହତ୍ୟା କରେ ନାହିଁ, ବରଂ ଅର୍ଥନୈତିକ ବିକାଶ ଓ ସାମାଜିକ ସ୍ଥିରତାକୁ କ୍ଷତିଗ୍ରସ୍ତ କରିଥାଏ । ଜାପାନର ଓସାକାରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ରନେତାମାନଙ୍କ ମଧ୍ୟରେ ଅନୁଷ୍ଠିତ ଅନୌପଚାରିକ ବୈଠକରେ ଏହା କହିଛନ୍ତି ମୋଦି । ସେ କହିଛନ୍ତିି ଆତଙ୍କବାଦ ଓ ଜାତିବାଦକୁ ସମର୍ଥନ କରୁଥିବା ସମସ୍ତ ମାଧ୍ୟମକୁ ବନ୍ଦ କରି ଦେବାର ଆବଶ୍ୟକତା ରହିଛି । ଏହି ଅନୌପଚାରିକ ବୈଠକରେ ବ୍ରିକ୍ସ ଦେଶର ରାଷ୍ଟ୍ର ପ୍ରତିନିଧି ଚାଇନା ରାଷ୍ଟ୍ରପତି ଜିନପିଂଗ, ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ବ୍ରାଜିଲ ରାଷ୍ଟ୍ରପତି ବୋଲଶୋନାରେ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ରାମଫୋଶ ଉପସ୍ଥିତ ଥିଲେ । ଏ ଅବସରରେ ବ୍ରାଜିଲ ରାଷ୍ଟ୍ରପତି ଓ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ପୁଣିଥରେ ନିର୍ବାଚିତ ହୋଇ ଆସିଥିବାରୁ ତାଙ୍କୁ ମୋଦି ଶୁଭେଚ୍ଛା ଜଣାଇଥିଲେ ।
ପରେ ଅନ୍ୟ ଏକ ବୈଠକରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଏବଂ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ସହ ତ୍ରିପାକ୍ଷିକ ବୈଠକ ହୋଇଥିଲା । ଏଥିରେ ଇଣ୍ଡୋ ପାସିଫିକ୍ ଦେଶର ବିକାଶ ଉପରେ ମୋଦି ଜୋର ଦେଇଛନ୍ତି । ଏହାପରେ ଡୋନାଲ୍ଡ ଟ୍ରମ୍ପ ଓ ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହୋଇଥିଲା । ଏଥିରେ ଦୁଇ ଦେଶ ମଧ୍ୟରେ ଥିବା ଟ୍ରେଡ୍ ୱାର ଓ ଋଷିଆ ସହ ପ୍ରତିରକ୍ଷା ଚୁକ୍ତି ବାବଦରେ ଆଲୋଚନା ହୋଇଛି । ଉଭୟ ଦେଶର ରାଷ୍ଟ୍ରମୁଖ୍ୟ ପରସ୍ପର ସହ ସୁସଂପର୍କ ରଖିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି । ବୈଠକରେ ବୈଦେଶିକ ଏସ. ଜୟଶଙ୍କର, ଭାରତୀୟ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ ।

Leave a Reply