ବଲିଉଡରେ ପାଣି ସମସ୍ୟାକୁ ନେଇ ତିଆରି ହୋଇଛି ୫ଟି ସିନେମା

ଫିଚର୍ମନୋରଞ୍ଜନ

ଦିଲ୍ଲୀ/ଭୁବନେଶ୍ୱର, ନବନୀତା ବ୍ୟୁରୋ: ଜଳ ସମସ୍ୟା ନେଇ ସବୁଆଡେ ହାହାକାର । ଦେଶର ଅଧିକାଂଶ ଅଂଚଳରେ ଜଳ ସମସ୍ୟା ଉକ୍ରଟ ରୂପ ଧାରଣ କରିଛି । ଏପରିକି ବିଗତ ଦିନରେ ଚେନ୍ନାଇରେ ପାଣି ଅଭାବ ନେଇ ସାରା ଦେଶରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା । ଏନେଇ ଲୋକଙ୍କୁ ସଚେତନତା କରିବା ଲାଗି ଉଦ୍ୟମ ମଧ୍ୟ କରାଯାଇଛି । ଏଭଳି ସ୍ଥିତିରେ ବଲିଓଡରେ ଏମିତି କିଛି ସିନେମା ତିଆରି ହୋଇଛି ଯାହା କେବଳ ପାଣି ସମସ୍ୟାକୁ ନେଇ ପର୍ଯ୍ୟବେଶିତ । ଜଳ ସମସ୍ୟାକୁ ନେଇ ତିଆରି ହୋଇଛି ୫ଟି ସିନେମା ।..
ଉପସ୍ଥାପନା: ବିଜୟ କୁମାର ପ୍ରଧାନ ,ଫଟୋ କ୍ରେଡିଟ୍: ସୋସିଆଲ ମିଡ଼ିଆ

ସର୍ବପ୍ରଥମେ ନଜର ପକାଇକା ଅମିର ଖାନଙ୍କ ଷ୍ଟାର ଫିଲ୍ମ ଲଗାନ ଉପରେ । ଗତ ୨୦୦୧ ମସିହାରେ ରିଲିଜ ହୋଇଥିବା ଏହି ଫିଲ୍ମ ସାରା ଦୁନିଆରେ ନାଁ କରିଥିଲା । କେବଳ ଏତିକିରେ ସୀମିତ ନଥିଲା ଏହି ଫିଲ୍ମ ଓସ୍କାର ନୋମିନେସନ ପର୍ଯ୍ୟନ୍ତ ପହଂଚିବାରେ ସକ୍ଷମ ହୋଇଥିଲା । ଫିଲ୍ମରେ କ୍ରିକେଟ ସହ ପାଣି ସମସ୍ୟା ମଧ୍ୟ ଦେଖା ଯାଇଥିଲା । ଯେଉଁଠି ଶୁଖା ପଡ଼ିଥିବା ପୁରା ଗାଁ ପାଣି ପାଇଁ ସଂଘର୍ଷ କରୁଥିଲେ, ସେଠି ବର୍ଷା ହେବା ମାତ୍ରେ ସମସ୍ତଙ୍କ ମନରେ ଖୁସି ଭରିଯାଏ ।

୨୦୧୦ ମସିହାରେ ରିଲିଜ ହୋଇଥିଲା ୱେଲ୍ ଡନ୍ ଅବ୍ ବା। ଶ୍ୟାମ ବେନେଗଲ ନିର୍ଦ୍ଦେଶିତ ଏହି ଫିଲ୍ମ ପଲିଟିକାଲ ସାଟାୟାରକୁ ନେଇ ନିର୍ମିତ ହୋଇଛି । ଏଥିରେ ବୋମନ ଈରାନୀ, ମିନୀଷା ଲାମ୍ବା ଏବଂ ସମୀର ଦତ୍ତାନୀ ମୁଖ୍ୟ ଭୂମିକାରେ ନଜରକୁ ଆସିଥିଲେ । ସିନେମାରେ ଅରମାନ ଅଲି ରୋଲ କରିଥିବା ବୋମନ ଈରାନୀ ଏକ ଏମିତି ଗାଁରେ ରହୁଥିଲେ, ଯେଉଁଠି ପାଣିର ଘୋର ସମସ୍ୟା । ଗାଁରେ କୂଅ ଖୋଳିବା ଲାଗି ବହୁତ ଉଦ୍ୟମ କରିବା ପରେ ମଧ୍ୟ କୂଅ ଖୋଳିବାରେ ସଫଳ ହୋଇ ପାରିନଥିଲେ ।

ଏହା ପରେ ଆସିବା ନୀଳ ମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ଫିଲ୍ମ କୌନ କିତନେ ପାନି ମୈ ସିନେମାକୁ । ଏଥିରେ ମଧ୍ୟ ପାଣି ସମସ୍ୟାର ଭୟାଭୟ ସ୍ଥିତି ନେଇ ସିନେମାରେ ଦେଖା ଯାଇଛି । ସିନେମାରେ କୁନାଲ କପୁର, ରାଧିକା ଆପ୍ଟେ, ସୌରଭ ଶୁକ୍ଲା ଏବଂ ଗୁଲଶନ ଗ୍ରୋଭର ମୁଖ୍ୟ ଭୂମିକା ନିଭାଇଛନ୍ତି । ରାଜସ୍ଥାନ ମରୁଭୂମି ଉପରେ ନିର୍ମିତ ହୋଇଥିବା ଏହି ଫିଲ୍ମ ପ୍ରେମ କାହାଣୀ ଏବଂ ବ୍ୟଙ୍ଗାତ୍ମକ ଉପରେ ପର୍ଯ୍ୟବେଶିତ । ପାଣି ସମସ୍ୟାର ସମାଧାନ କରିବାର ଏକ ଅଭିନବ ପ୍ରୟାସ କରାଯାଇଛି ଏହି ସିନେମା ।

୨୦୧୪ରେ ଗିରିଶ ମଲିକ ନିର୍ଦ୍ଦେଶିତ ଜଳ ସିନେମା ପରଦାକୁ ଆସିଥିଲା । ମୁଖ୍ୟ ଭୂମିକାରେ ଥିଲେ ପୂରବ କୋହଲି ଓ ତନିଷ୍ଠା ଚଟର୍ଜୀ । ହେଲେ ଫିଲ୍ମର କଥାବସ୍ତୁ ପାଣି ପାଇଁ ଲୋକଙ୍କ ମଧ୍ୟରେ ମାରପିଟ ପର୍ଯ୍ୟନ୍ତ ଯାଏ ତାହା ଏଥିରେ ସୁନ୍ଦର ଭାବେ ଚିତ୍ରଣ କରାଯାଇଛି ।

ପରେ ଜଳବାୟୁ ପରିବର୍ତ୍ତନ ନେଇ ପୁଣି ଏକ ସିନେମା ତିଆରି କରିଥିଲେ ନିର୍ଦ୍ଦେଶକ ନୀଳ ମାଧବ ପଣ୍ଡା । ବୁନ୍ଦେଲଖଣ୍ଡ ଅଂଚଳରେ ନିର୍ମିତ ଏହି ସିନେମାର ଲିଡ୍ ରୋଲରେ ଅଛନ୍ତି ସଂଜୟ ମିଶ୍ରା ଓ ରଣବୀର ଶୌରୀ ।

Leave a Reply